ଓଡିଶା

odisha

ଛଟ ପୂଜା

ରାଉରକେଲାରେ ଛଟ ପୂଜା ପାଳନ, ଜମୁଛି ବ୍ୟବସାୟୀଙ୍କ ବେପାର

By ETV Bharat Odisha Team

Published : Nov 18, 2023, 4:33 PM IST

Published : Nov 18, 2023, 4:33 PM IST

ରାଉରକେଲା:ଛଟ ପର୍ବ ପାଇଁ ଚଳଚଞ୍ଚଳ ରାଉରକେଲା ସହର । ଲୋକଙ୍କ ଆସ୍ଥାର ପର୍ଵ ଛଟ ପର୍ଵ ପାଳନ ଲାଗି ଇସ୍ପାତ ସହରରେ ଦେଖିବାକୁ ମିଳିଛି ଉତ୍ସବର ମାହୋଲ । ଏହି ପର୍ଵ ନଭେମ୍ବର ୧୭ ତାରିଖରୁ ଆରମ୍ଭ ହୋଇଥିବା ବେଳେ ୨୦ ତାରିଖରେ ସମାପନ ହେବ । ଛଟ୍ ପର୍ବରେ ସୂର୍ଯ୍ୟ ଦେବତା ଏବଂ ଛଟି ମାତାଙ୍କୁ ପୂଜା କରାଯାଏ । ଆସନ୍ତାକାଲି (ରବିବାର) ଅସ୍ତଗାମୀ ସୂର୍ଯ୍ୟଙ୍କୁ ବ୍ରତାଧାରୀମାନେ ପ୍ରଥମ ଅର୍ଘ୍ୟ ଦେବେ । ସୋମବାର ସକାଳେ ଉଦୟଗାମୀ ସୂର୍ଯ୍ୟଙ୍କୁ ଦ୍ବିତୀୟ ଅର୍ଘ୍ୟ ଦେବା ସହ ପୂଜା ସମାପନ ହେବ । ଛଟ ପୂଜା ଲାଗି ପୂଜା ସାମଗ୍ରୀ କିଣିବାକୁ ଆଜି ରାଉରକେଲାର ବଜ଼ାରରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି ।

ତେବେ ବିହାର, ଝାଡ଼ଖଣ୍ଡ, ଓଡିଶା ଏବଂ ପୂର୍ବ ଉତ୍ତରପ୍ରଦେଶର କିଛି ଅଞ୍ଚଳରେ ଛଟ ପର୍ବ ପାଳନ କରାଯାଏ । ଭକ୍ତମାନେ ବିଶ୍ୱାସ କରନ୍ତି ଯେ, ଛଟ ଦିନ ସୂର୍ଯ୍ୟଙ୍କ ପୂଜାରେ ଛଟି ମା' ଖୁସି ରହିଥାନ୍ତି । ଛଟର ପ୍ରଥମ ଦିନକୁ 'ନହେ ଖୈ' ଭାବରେ ପାଳନ କରାଯାଏ ଯେଉଁଥିରେ ଘର ସଫା କରିବା, ତା'ପରେ ଗାଧୋଇବା ଏବଂ ଶାକାହାରୀ ଖାଦ୍ୟ ସହିତ ଉପବାସ ଆରମ୍ଭ କରାଯାଏ । ଦ୍ୱିତୀୟ ଦିନରେ ଭକ୍ତମାନେ ଦିନସାରା ଉପବାସ କରିବା ପରେ ସନ୍ଧ୍ୟାରେ ଖାଦ୍ୟ ଖାଇଥାନ୍ତି ଯାହାକୁ ଖାର୍ନା କୁହାଯାଏ । ସେହିପରି ତୃତୀୟ ଦିନରେ ଛଟ ପ୍ରସାଦ ତିଆରି ହୋଇଥାଏ । ପ୍ରସାଦ, ଚାଉଳ ଲଡୁ ଏବଂ ଫଳ ଭାବରେ ଠେକୁଆ( ମିଠା) ମଧ୍ୟ ଅନ୍ତର୍ଭୁକ୍ତ । ସନ୍ଧ୍ୟାରେ, ଅର୍ଘ୍ୟ ଏକ ବାଉଁଶ ଟୋକେଇରେ ସଜାଯାଏ ଏବଂ ପୋଖରୀ କିମ୍ବା ନଦୀ କୂଳରେ ସାମୂହିକ ଭାବରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରାଯାଏ । ଚତୁର୍ଥ ଦିନରେ କାର୍ତ୍ତିକ ଶୁକ୍ଲା ସପ୍ତମୀରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରାଯାଏ ।  

ଏହା ମଧ୍ୟ ପଢ଼ନ୍ତୁ......ରେଳଯାତ୍ରୀଙ୍କ ପାଇଁ ଖୁସି ଖବର, ଛଟ୍‌ ପାଇଁ ଗଡିଲା ସ୍ବତନ୍ତ୍ର ଟ୍ରେନ

ସାଧାରଣତଃ ମହିଳାମାନେ ଏହି ବ୍ରତ ରଖିଥାନ୍ତି । କାର୍ତ୍ତିକ ମାସର ଶୁକ୍ଲ ପକ୍ଷରେ ଛଟ ପର୍ବ ପାଳନ କରାଯାଏ । ଏଥିରେ ଛଟି ମା'ଙ୍କୁ ପୂଜା କରାଯାଏ । ମା'ଙ୍କୁ ପିଲାମାନଙ୍କୁ ପ୍ରତିପୋଷଣ କରିବାର ଦେବୀ ବୋଲି ବିବେଚନା କରାଯାଏ । ସମଗ୍ର ଦେଶରେ ଛଟି ମା'ଙ୍କ ପୂଜାର ଏକ ମହାନ ପରମ୍ପରା ଅଛି । ତେବେ ରାଉରକେଲାର ବାଲୁଘାଟ, ସେକ୍ଟର 16, ବନ୍ଧମୁଣ୍ଡା, ବିଶ୍ରା, ହମିରପୁର, ସେକ୍ଟର 20 ଆଦି ଯାଗାରେ ଛଟ ପର୍ବ ପାଳନ କରିବା ସହ ଛଟିମୟାଙ୍କୁ ପୂଜା କରିଥାନ୍ତି । ସମସ୍ତେ ଗୋଟିଏ ସମୟରେ ଏହି ଛଟ ପର୍ବ ପାଳନ କରନ୍ତି ।  

ଇଟିଭି ଭାରତ, ସୁନ୍ଦରଗଡ଼

ABOUT THE AUTHOR

...view details