ଓଡିଶା

odisha

ଛଟ ପୂଜା

ବଲାଙ୍ଗୀରରେ ଛଟପୂଜା ପାଳିଲେ ଶ୍ରଦ୍ଧାଳୁ

By ETV Bharat Odisha Team

Published : Nov 19, 2023, 8:50 PM IST

Published : Nov 19, 2023, 8:50 PM IST

ବଲାଙ୍ଗୀର:ଅତି ନିଷ୍ଠା ଓ ଭକ୍ତିର ସହ ଛଟ ପୂଜା ପାଳନ କରୁଛନ୍ତି ଭକ୍ତ । ଅସ୍ତ ସୂର୍ଯ୍ୟ ଓ ଉଦୟମାନ ସୂର୍ଯ୍ୟ ପୂଜା ସହ ନିର୍ଜଳା ଉପବାସ ରଖି ଶାନ୍ତି ଓ ବିକାଶ ପାଇଁ ପ୍ରାର୍ଥନା କରିଛନ୍ତି ଏଠାରେ ବସବାସ କରୁଥିବା ବିହାରର ଲୋକେ । ଏହା ସେମାନଙ୍କର ମହାନ ପର୍ବ ହୋଇଥିବାବେଳେ ୪ ଦିନ ଧରି ପାଳନ କରାଯାଏ । ଉତ୍ତର ଭାରତୀୟ ଓ ବିହାରୀ ଭାଇ ଭଉଣୀମାନେ ଏହି ପର୍ବ ଅତି ନିଷ୍ଠାର ସହ ପାଳନ କରିଛନ୍ତି । ଯେଉଁଥିରେ ପ୍ରଥମ ଦିନ ପବିତ୍ର ସ୍ନାନ କରିବା ସହ ବିନା ଲୁଣର ଖାଦ୍ୟ ଖାଇବାକୁ ହୁଏ । ସେହିପରି ଦ୍ବିତୀୟ ଦିନ ଏମାନେ ଖିରି ପ୍ରସାଦ ତିଆରି କରି ନିଜର ସମ୍ପର୍କୀୟଙ୍କୁ ବାଣ୍ଟିଥାନ୍ତି । 

ଏହା ବି ପଢନ୍ତୁ...ରାଉରକେଲାରେ ଛଟ ପୂଜା ପାଳନ, ଜମୁଛି ବ୍ୟବସାୟୀଙ୍କ ବେପାର

ସେହିପରି ତୃତୀୟ ଦିନ ଉଦୟ ହେଉଥିବା ସୂର୍ଯ୍ୟ ଓ ଅସ୍ତ ହେଉଥିବା ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିଥାନ୍ତି । ସନ୍ଧ୍ୟାରୁ ସମସ୍ତେ ନିର୍ଜଳା ଉପବାସ ରଖିଥାନ୍ତି । ତେବେ ଚତୁର୍ଥ ଦିନ ସୂର୍ଯ୍ୟଙ୍କ ଓ ଛଟି ମା'ଙ୍କ ପୂଜା ପରେ ଅନ୍ନ ଆହରଣ କରିଥାନ୍ତି । ବଲାଙ୍ଗୀରରେ ସମସ୍ତ ବିହାରୀ ସମ୍ପ୍ରଦାୟର ଭାଇ ଭଉଣୀମାନେ ସ୍ଥାନୀୟ ରାଣୀ ବନ୍ଦଠାରେ ଏକାଠି ପୂଜାର୍ଚ୍ଚନା କରିବା ସହ ସୂର୍ଯ୍ୟଙ୍କ ଠାରେ ମାନସିକ କରିଛନ୍ତି । ଏହାସହ ପାରମ୍ପରିକ ଗୀତ ଗାଈ ଛୋଟରୁ ବଡ ସମସ୍ତେ ଏହି ଛଟ ପୂଜାରେ ସାମିଲ ହୋଇଛନ୍ତି । 

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details