ଓଡିଶା

odisha

ରଥ ଖଳା ହାଲଚାଲ

ETV Bharat / videos

ରଥ ଖଳା ହାଲଚାଲ: ନିର୍ମାଣ ହେଉଛି ରଥ ଚକ, ପଇପିନ୍ଧା କାର୍ଯ୍ୟ ଶେଷ

By

Published : May 7, 2023, 5:10 PM IST

ପୁରୀ: ଆସନ୍ତା ୧୨ ତାରିଖରେ ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ । ପରମ୍ପରା ଅନୁଯାୟୀ ଏହି ଦିନ ମହାପ୍ରଭୁଙ୍କ ରଥରେ ତିନୋଟି ଅଖ ସହ ୬ଟି ଚକ ସଂଯୋଗ ହେବାର ବିଧି ରହିଛି । ତେବେ ହାତରେ ଆଉ ମାତ୍ର ୪ ଦିନ ଥିବାରୁ ରଥଖଳାରେ ମୁଖ୍ୟତଃ ଚକ ନିର୍ମାଣ କାର୍ଯ୍ୟକୁ ଜୋରସୋରରେ ଆଗେଇ ନେଉଛନ୍ତି ବିଶ୍ଵକର୍ମା ମହାରଣା । ତିନି ରଥର ମହାରଣା ମାନେ ଚକ ପାଇଁ ପଇପିନ୍ଧା କାର୍ଯ୍ୟ ଶେଷ କରିଛନ୍ତି । ଏହା ବ୍ୟତୀତ ତିନି ରଥ ପାଇଁ ଆବଶ୍ୟକ କୁଡୁକାର ଚଉପଟ କାର୍ଯ୍ୟ ମଧ୍ୟ ଶେଷ କରିଛନ୍ତି । ତାଳଧ୍ଵଜ ରଥର ମହାରଣା ମାନେ ଦୁଇଟି ନାହାକା ଚକ ସହ ଗୋଟିଏ ପଡ଼ି ନାହାକା ଚକରେ ପଇ ପିନ୍ଧା କାର୍ଯ୍ୟ ଶେଷ କରିଛନ୍ତି । ସେଥିରେ ପନ୍ଦାରୀ ଓ ବଳା ଫିଟିଂ କରିଛନ୍ତି ।

ଅନୁରୂପ ଭାବେ ଦର୍ପଦଳନ ଓ ନନ୍ଦିଘୋଷ ରଥର ପାଇଁ ମଧ୍ୟ ଏହି କାର୍ଯ୍ୟ ଆଗେଇ ଚାଲିଥିବା ବେଳେ କୁଡୁକା କାର୍ଯ୍ୟ ଜାରି ରହିଛି । ସେପଟେ ଭୋଇ ସେବକମାନେ ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରେ ଥିବା ଜନ୍ତାଗାଡରେ ତୁମ୍ବ ବିନ୍ଧରେ ଅର ସଂଯୋଗ ପାଇଁ ସିଙ୍ଗଡା ବାଡିଆ କାର୍ଯ୍ୟ ଜାରି ରଖିଛନ୍ତି । ତେବେ ଆସନ୍ତା ୧୨ ତାରିଖରେ ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ ଥିବାରୁ ପରମ୍ପରା ଅନୁଯାୟୀ ଏହି ଦିନ ୩ଟି ଅଖ ସହ ୬ଟି ଚକ ସଂଯୋଗର ବିଧି ରହିଛି । ତେଣୁ ଭୋଇ ସେବକମାନେ ତିନୋଟି ଅଖ କାଠ ବିଶ୍ଵକର୍ମାଙ୍କୁ ଯୋଗାଇଛନ୍ତି । ସେହିପରି ଦୋଳବେଦୀର ଅସ୍ଥାୟୀ କମାରଶାଳରେ କମାର ସେବକମାନେ ଚକ ପାଇଁ ପନ୍ଦାରୀ ସହ ବଳା ନିର୍ମାଣ କରି ବିଶ୍ବକର୍ମା ମହାରଣାଙ୍କୁ ଯୋଗାଉଛନ୍ତି । ରଥ ନିର୍ମାଣ କାର୍ଯ୍ୟ ଆଜି ୧୪ ଦିନରେ ପହଞ୍ଚିଥିବା ବେଳେ ମୋଟ ୧୭୭ ଜଣ ନିର୍ମାଣକାରୀ ଏଥିରେ ନିୟୋଜିତ ଅଛନ୍ତି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details