ଓଡିଶା

odisha

ତିନି ରଥର ହେଲା ଦଣ୍ଡା ଅନୁକୂଳ କାର୍ଯ୍ୟ

ETV Bharat / videos

RathaKhala Halchal: ତିନି ରଥର ହେଲା ଦଣ୍ଡା ଅନୁକୂଳ କାର୍ଯ୍ୟ

By

Published : May 19, 2023, 5:27 PM IST

ପୁରୀ: ପାଖେଇ ଆସିଲାଣି ମହାବାହୁଙ୍କ ଘୋଷଯାତ୍ରା । ଭାଇ ଭଉଣୀଙ୍କୁ ନେଇ ମାଉସୀ ଘରକୁ ଯିବେ କାଳିଆ ସାଆନ୍ତେ । ଏଥିପାଇଁ ଶ୍ରୀକ୍ଷେତ୍ର ରଥଖଳାରେ ଦ୍ରୁତଗତିରେ ନିର୍ମାଣ ଚାଲିଛି ଶ୍ରୀଜୀଉଙ୍କ ତିନି ରଥ । ସମସ୍ତ ସେବାୟତ ମାନେ ନୀତି ନିୟମ ଆଧାରରେ ରଥ ନିର୍ମାଣରେ ନିମଗ୍ନ । ତିନି ରଥର ହେଲା ଦଣ୍ଡା ଅନୁକୂଳ କାର୍ଯ୍ୟ । ତିନି ରଥର ଚକ ଏବଂ ଅଖ ନିର୍ମାଣ ଶେଷ ହୋଇ ସାରିଛି ତିନିରଥର ୧୪ ନାହାକା ନିର୍ମାଣ କାର୍ଯ୍ୟ ଆରମ୍ଭ ହେଇଛି। ତିନି ରଥର ୫ ଦଣ୍ଡା ନିର୍ମାଣ ପାଇଁ ତିନି ରଥ ଖଳାକୁ ଦଣ୍ଡା କାଠ ଯୋଗାଇ ଦିଆଯାଇଅଛି। 

ତାଳଧ୍ବଜ ରଥର ଶେଷ ଦୁଇଟି ଚକର ନିର୍ମାଣ ଶେଷ ହୋଇମୋଟ ୧୪ ଗୋଟି ଚକ ଏବଂ ୭ଗୋଟି ଅଖ ର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ତାଳଧ୍ବଜ ରଥର ୧୪ ନାହାକା ନିର୍ମାଣ ପାଇଁ ପ୍ରଥମ ପର୍ଯ୍ୟାୟରେ ୮ଟି ୨୦ ଫୁଟିଆ ଧଉରା ଫାଳି କାଠ ରଥ ଆମୀନ ଭୋଇ ସେବକଙ୍କ ମାଧ୍ୟମରେ ଯୋଗାଇ ଥିଲେ । ୧୪ ନାହାକାର ନିର୍ମାଣ କାର୍ଯ୍ୟ ଶେଷ କରିଛନ୍ତି। ଆଉ ୬ ଟି ର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ଅଛି । ତାଳଧ୍ବଜ ରଥର ମୋଟ ୪ ଗୋଟି ନିରାଡିରୁ ଦୁଇଗୋଟି ୨୦ ଫୁଟିଆ ନିରାଡ଼ିର ଚଉପଟ କାର୍ଯ୍ୟ ଶେଷ କରି ଆଉଦୁଇଟି ନିରାଡ଼ିର ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ଅଛି । ଦର୍ପଦଳନ ରଥର ମୋଟ ୧୨ ଗୋଟି ଚକର ନିର୍ମାଣ ଶେଷ ହୋଇଛି। ସେହିପରି ଦର୍ପଦଳନ ରଥର ମୋଟ ୬ ଗୋଟି ଅଖ ନିର୍ମାଣ ଶେଷ ହୋଇଛି। ଦର୍ପଦଳନ ରଥର ମୋଟ ୪ ଗୋଟି ନିରାଡିରୁ ୩ଗୋଟି ୨୦ ଫୁଟିଆ ନିରାଡ଼ିତ ଚଉପଟ କାର୍ଯ୍ୟ ଶେଷ ହୋଇଛି । ରଥର ୧୪ ନାହାକା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ କାର୍ଯ୍ୟ ଶେଷ ସୁଦ୍ଧା ଦୁଇଟି ୧୪ ନାହାକର ଆଠ କୋଣି ନିର୍ମାଣ ଜାର୍ଯ୍ୟ ଶେଷ ହୋଇଛି ।

ଅନ୍ୟପଟେ ନନ୍ଦିଘୋଷ ରଥର ଶେଷ ଚକ ନିର୍ମାଣ ପରେ ମୋଟ ୧୬ ଗୋଟି ଚକର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ନନ୍ଦିଘୋଷ ରଥର ଦୁଇଟି ନିରାଡ଼ି ନିର୍ମାଣ ଶେଷ ହୋଇଥିଲା ତେବେ ଆଉ ଦୁଇଟି ନିରାଡ଼ିର ଚଉପଟ କାର୍ଯ୍ୟ ଶେଷ ହୋଇ ମୋଟ ୪ ଗୋଟି ନିରାଡ଼ି ଚଉପଟ କାର୍ଯ୍ୟ ସମ୍ପୂର୍ଣ ହୋଇଛି । ନନ୍ଦିଘୋଷ ରଥର ୧୪ ନାହାକାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଯୋଗାଇଦିଆ ଯାଇଥିବା ୮ ଗୋଟି ୧୪ ନାହାକା କାଠାରୁ ଦୁଇଟିର ନିର୍ମାଣ କାର୍ଯ୍ୟ ଶେଷ ହୋଇ ବାକି ୬ଟି ୧୪ ନାହାକାର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତିନିରଥର ରୂପକାର ସେବକ ମାନେ ରଥର ଗୁଜ ଗୁଡିକରେ ରୂପ ଖୋଦେଇ ସହ ଶେଷ ହୋଇ ଥିବା ରୂପଗୁଡିକରେ ଅଳଙ୍କାର କାର୍ଯ୍ୟ ସହ ପାଳିଡ଼ କାର୍ଯ୍ୟ ଜାରୀ ରଖିଛନ୍ତି । ତିନିରଥର କରତି ସେବକ ମାନେ ନନ୍ଦିଘୋଷ ରଥର ୪୦ ଫୁଟିଆ ଗୟଳ କାଠର ଉଭୟ ପାର୍ଶ୍ବ ଚିତା କାର୍ଯ୍ୟ ଆରମ୍ଭ କରିଛନ୍ତି ଚିତାପରେ ଚିରଟ କାର୍ଯ୍ୟ ଆରମ୍ଭ କରିବେ। ଦୋଳବେଦୀ କମାର ଶାଳ ରେ ତିନି ରଥର ଓଝା ସେବକ ମାନେ ତିନି ରଥର ଦଣ୍ଡା ପାଇଁ ଦଣ୍ଡା କଣ୍ଟା ବା ‘ଦଣ୍ଡା ବାଡ଼ିଆ' କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି। ସେପଟେ ବିଧି ଅନୁଯାୟୀ ସାବିତ୍ରୀ ଅମାବାସ୍ୟା ରେ ତିନି ରଥର ଦଣ୍ଡା ଅନୁକୁଳ କାର୍ଯ୍ୟ ହୋଇଛି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details