ଓଡିଶା

odisha

ETV Bharat / videos

Padmapur By Poll: ବ୍ରହ୍ମପୁରରେ ବିଜୟ ଉତ୍ସବ ପାଳିଲେ ବିଜେଡି କର୍ମୀ

By

Published : Dec 8, 2022, 10:17 PM IST

Updated : Feb 3, 2023, 8:35 PM IST

ପଦ୍ମପୁରରେ ହୋଇଥିବା ଉପନିର୍ବାଚନରେ ବିଜେଡି ଦଳୀୟ ପ୍ରାର୍ଥୀନୀ ବର୍ଷା ସିଂ ବରିହାଙ୍କ ୪୨୬୩୮ ଭୋଟ ବ୍ୟବଧାନରେ ବିଜୟୀ ହେବା ପରେ ବ୍ରହ୍ମପୁରରେ ବିଜେଡି ପକ୍ଷରୁ ପାଳିତ ହୋଇଛି ବିଜୟ ଉତ୍ସବ । ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଓ ମେୟର ସଂଙ୍ଘମିତ୍ରା ଦଳେଇଙ୍କ ଉପସ୍ଥିତିରେ ସହରର ରାମଲିଙ୍ଗମ ପାର୍କ ସମୁଖରେ ପାଳିତ ହୋଇଛି ଏହି ବିଜୟ ଉତ୍ସବ । ଏହି ଅବସରରେ ବାଣ ଫୁଟାଇ, ମିଠା ବାଣ୍ଟି ସମସ୍ତ କର୍ପୋରେଟର, ବିଜେଡି ନେତା ଓ କର୍ମୀ ଏକତ୍ରିତ ହୋଇ ପଦ୍ମପୁର ଉପ ନିର୍ବାଚନର ବିଜୟ ଉତ୍ସବ ପାଳନ କରିଛନ୍ତି । ଏହି ଅବସରରେ ବିଧାୟକ ବିକ୍ରମ କୁମାର ପଣ୍ଡା ପଦ୍ମପୁରବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଇଟିଭି ଭାରତ, ବ୍ରହ୍ମପୁର
Last Updated : Feb 3, 2023, 8:35 PM IST

ABOUT THE AUTHOR

...view details