ଓଡିଶା

odisha

ନୂଆଁଖାଇ ପାଇଁ ମହକୁଛି କଳାହାଣ୍ଡି

By ETV Bharat Odisha Team

Published : Sep 20, 2023, 10:24 PM IST

ନୂଆଁଖାଇ ପାଇଁ ମହକୁଛି କଳାହାଣ୍ଡି

ଭବାନୀପାଟଣା:ଆଜି ପଶ୍ଚିମ ଓଡିଶାର କୃଷି ଭିତ୍ତିକ ଗଣ ପର୍ବ ନୂଆଁଖାଇ । ଭାତୃତ୍ବ ଓ ସମର୍ପଣର ଗଣପର୍ବ ନୂଆଁଖାଇ ପାଇଁ ଚଳଚଞ୍ଚଳ ସମଗ୍ର କଳାହାଣ୍ଡି ଜିଲ୍ଲା। ରାଗରୁଷା ଭୁଲି ଏକାତର ପର୍ବ ପାଳୁଛନ୍ତି ଜିଲ୍ଲାବାସୀ । ଚାଷ ଚାଷୀ ଓ ପ୍ରକୃତିର ପର୍ବ ନୂଆଁଖାଇ । ଆରାଧ୍ୟା ଦେବୀ ମାଆ ଲଙ୍କେଶ୍ବରି ସମଲାଙ୍କ ଲଗ୍ନ ଅନୁସାରେ ସକାଳ ୮ ଟା ସମୟରେ ନବାନ୍ନ ଲାଗି ହୋଇଥିଲା ।ପରେ ଗଡ଼ଜାତ ଅଞ୍ଚଳବାସୀଙ୍କଙ୍କୁ ବାଦ ଦେଇ ସମଗ୍ର ଜିଲ୍ଲାବାସୀ ଆଜି ନୂଆଁଖାଇ ପାଳନ କରିଛନ୍ତି । ଦିନ ୧୦ ରୁ ୧ ଟା ୩୦ ମିନିଟ୍‌ ମଧ୍ୟରେ ନୂଆଁ ଖାଇଛନ୍ତି ଜିଲ୍ଲାବାସୀ। 

ବିଭିନ୍ନତା ମଧ୍ୟରେ ଏକତାର ବାର୍ତ୍ତା ବହନ କରୁଥିବା ଏହି ପର୍ବକୁ ଗାଁଠୁ ସହର ସବୁଠି ବେଶ୍ ଧୁମଧାମରେ ପାଳନ କରାଯାଏ । ଜିଲ୍ଲାର ଜୁନାଗଡ଼,ଧର୍ମଗଡ, କୋକସରା, କଲମପୁର, କେସିଙ୍ଗା ,ନର୍ଲା କର୍ଲାମୁଣ୍ଡା ଆଦି ବ୍ଲକରେ ନୂଆଁଖାଇ ଉତ୍ସବକୁ ଆନନ୍ଦର ସହିତ ପାଳନ କରିଛନ୍ତି । ଘରେ ଘରେ କ୍ଷୀରି, ପୁରୀ ,ପିଠା ପଣାରେ ମହକି ଉଠୁଛି ଗାଁ ଦାଣ୍ଡ । 

ସେପଟେ ଜିଲ୍ଲାର କୁସୂର୍ଲା ଠାରେ ଗ୍ରାମବାସୀଙ୍କ ପକ୍ଷରୁ ସାମୂହିକ ନୂଆଁଖାଇ ଉତ୍ସବ ପାଳନ ହୋଇ ଯାଇଥିବା ବେଳେ ଜମିଛି ନାଚଗୀତ ଆସର ।  ବିରବାଦ୍ୟା ଘୁମୁରା ଓ ବାଜାସାଲ ନୃତ୍ୟରେ ଦୁଲୁକିବ ଗାଁ ଦାଣ୍ଡ ନୂଆଁଖାଇ ପରେ ପରେ ଜୁହାର ଭେଟର ପର୍ବ ଦେଖିବାକୁ ମିଳିଛି ସାନମାନେ ବଡମାନଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ଭିକ୍ଷା କରିଛନ୍ତି । ସେପଟେ ନୂଆଁଖାଇକୁ ଫିକା କରି ଦେଇଛି ଲଗାଣ ବର୍ଷା । ସମଗ୍ର କଳାହାଣ୍ଡି ଜିଲ୍ଲାରେ ଗତକାଲି ବିଳମ୍ବିତ ରାତିଠାରୁ ପ୍ରବଳ ବର୍ଷା ହେଉଛି । ଫଳରେ ଲୋକେ ଘରେ ରହି ନୂଆଁଖାଇ ପାଳନ କରିଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details