ଓଡିଶା

odisha

ଉପଜିଲ୍ଲାପାଳଙ୍କ ଘରୁ ବାହାରିଲା ପେଟି ପେଟି ନୋଟ୍, ବାଣ ଫୁଟାଇ ସେଲିବ୍ରେଟ୍ କଲେ ଲୋକେ

By

Published : Jun 23, 2023, 9:57 PM IST

ରେଡ୍ ପରେ ସେଲିବ୍ରେସନ୍

ନବରଙ୍ଗପୁର:ଉପଜିଲ୍ଲାପାଳଙ୍କ ଘରେ ଭିଜିଲାନ୍ସ ରେଡ୍କୁ ସମର୍ଥନ ଜଣାଇ ବାଣ ଫୁଟାଇ ଖୁସି ମନାଇଛନ୍ତି ଅଞ୍ଚଳବାସୀ। ଆଜି  ନବରଙ୍ଗପୁର ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କ ନାଁରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନେଇ ଭିଜିଲାନ୍ସ ରେଡ୍ କରିଥିଲା । ନବରଙ୍ଗପୁର, ଭଦ୍ରକ, ଭୁବନେଶ୍ବର ସମେତ ୯ଟି ସ୍ଥାନରେ ଏକକାଳୀନ ଚଢାଉରେ ମିଳିଛି ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ବେନାମୀ ଆକାଉଣ୍ଟ। ଭୁବନେଶ୍ୱର ଇଣ୍ଡସଇଣ୍ଡ ବ୍ୟାଙ୍କରେ ୨୬ଲକ୍ଷ ୨୭ହଜାର ଟଙ୍କା ଠାବ କରିଛି ଭିଜିଲାନ୍ସ। ଯେଉଁ ଆକାଉଣ୍ଟରେ ୨୦୧୯ ମସିହାରୁ ଟଙ୍କା ଡିପୋଜିଟ ହୋଇ ଆସୁଥିବା ଜଣାପଡିଛି।

ଏହାସହ ଭିଜିଲାନ୍ସ ଏକାଧିକ ବ୍ୟାଙ୍କ ଆକାଉଣ୍ଟ ପାସବୁକ ,ଏଟିଏମ୍,ବ୍ୟାଙ୍କ ଡକୁମେଣ୍ଟ ଜବତ କରିଛି। ଏଯାବତ୍ ମୋଟ ୨କୋଟି ୯୧ଲକ୍ଷ ୯୩ହଜାର ଟଙ୍କା ନଗଦ କ୍ୟାସ ଭୁବନେଶ୍ୱର ଓ ନବରଙ୍ଗପୁରରୁ ଜବତ ହୋଇଥିବା ଭିଜିଲାନ୍ସ ସୁଚନା ଦେଇଛି। ସେପଟେ ଭିଜିଲାନ୍ସ ବିଭାଗର କାର୍ଯ୍ୟାନୁଷ୍ଠାନକୁ ସମର୍ଥନ ଜଣାଇ ନବରଙ୍ଗପୁର ସହରବାସୀ ଖୁସିରେ ବାଣ ଫୁଟାଇଥିବା ଦେଖିବାକୁ ମିଳିଛି । ତେବେ ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ନବୀନ ପଟ୍ଟନାୟକଙ୍କ ସରକାର ସବୁବେଳେ ଛାଟ ପକାନ୍ତି ବୋଲି ପୁଣି ଥରେ ପ୍ରମାଣିତ ହୋଇଥିବା ପ୍ରକାଶ କରିଛନ୍ତି ନବରଙ୍ଗପୁରବାସୀ।
 

ଇଟିଭି ଭାରତ,ନବରଙ୍ଗପୁର

ABOUT THE AUTHOR

...view details