ଓଡିଶା

odisha

ଲୋକତନ୍ତ୍ରର ଗରିମା ରକ୍ଷା ପାଇଁ ସଂସଦ ବଳିଷ୍ଠ ନିଷ୍ପତି ନେଇଥାଏ: ବାଚସ୍ପତି ଓମ ବିର୍ଲା

ETV Bharat / videos

ଲୋକତନ୍ତ୍ରର ଗରିମା ରକ୍ଷା ପାଇଁ ସଂସଦ ବଳିଷ୍ଠ ନିଷ୍ପତ୍ତି ନେଇଥାଏ: ବାଚସ୍ପତି ଓମ ବିର୍ଲା - ଲୋକସଭାରୁ ମହୁଆ ମୋଇତ୍ରା ବହିଷ୍କୃତ

By ETV Bharat Odisha Team

Published : Dec 8, 2023, 6:40 PM IST

ନୂଆଦିଲ୍ଲୀ: ଭାରତର ଗୌରବଶାଳୀ 75 ବର୍ଷ ଯାତ୍ରାର ମୁକସାକ୍ଷୀ ସଂସଦ । ଏହି ସଂସଦର  ସୁରକ୍ଷା, ଗୌରବ, ପରମ୍ପରା, ବଜାୟ ରଖିବା ଆମ ସମସ୍ତଙ୍କ କର୍ତ୍ତବ୍ୟ ଓ ଦାୟିତ୍ବ । ଭାରତର ବିକାଶ ଯାତ୍ରାରେ ସଂସଦ ହେଉଛି ମୂଳ ଆଧାର । ନିର୍ବାଚିତ ସାଂସଦ ମାନଙ୍କ ଦାୟିତ୍ବ ହେଉଛି ଜନସାଧାରଣଙ୍କ ଆସ୍ଥା, ବିଶ୍ବାସ, ବିକାଶ, ଆଙ୍କାକ୍ଷାଂକୁ ପୂରଣ କରିବା । କୌଣସି ସ୍ଥିତିରେ ବି ସଂସଦର ମର୍ଯ୍ୟାଦା ଯେଭଳି ଅକ୍ଷୁର୍ଣ୍ଣ ନହୁଏ ତାହା ସମସ୍ତଙ୍କ ଦାୟିତ୍ବ । ସାଂସଦ ମାନେ ସଂସଦରେ କଣ କରୁଛନ୍ତି ତାହା ଉପରେ ଦେଶବାସୀ ନଜର ରଖିଛନ୍ତି । ନିର୍ବାଚିତ ପ୍ରତିନିଧୀ ମାନେ ନିଜ ଉତ୍ତରଦାୟିତ୍ବ ପାଳନ କରିବା ଉଚିତ୍‌ । ବିଶ୍ବରେ ଭାରତର ଲୋକତନ୍ତ୍ରର ଏକ ସ୍ବତନ୍ତ୍ର ପରିଚୟ ରହିଛି । ଦେଶର ମଙ୍ଗଳ ପାଇଁ ଲୋକତନ୍ତ୍ରର ଗରିମା ରକ୍ଷା ପାଇଁ ଏହି ସଂସଦ ମଧ୍ୟ ଅନେକ ବଳିଷ୍ଠ ନିଷ୍ପତ୍ତି ନେଇଛି । ଭାରତର ଲୋକତନ୍ତ୍ରର ସୁରକ୍ଷା ପାଇଁ ସଂସଦର ଗରିମା ମର୍ଯ୍ୟାଦା ଓ ମୂଳ ସିଦ୍ଧାନ୍ତ ବଜାୟ ରଖିବା ପାଇଁ କୌଣସି ବୁଝାମଣା ହୋଇପାରିବ ନାହିଁ । ଏଥିପାଇଁ ସାଂସଦ ମାନଙ୍କ ଆଚରଣ ଉଚ୍ଚାରଣ, କାର୍ଯ୍ୟ, ଦାୟିତ୍ବରେ ଶୁଦ୍ଧତା ରହିବା ଜରୁରୀ । ସାଂସଦ ଭାବେ କୌଣସି ସାଂସଦଙ୍କ କାର୍ଯ୍ୟରେ ସନ୍ଦେହ ରହିବା ଉଚିତ୍‌ ନୁହେଁ । କ୍ୟାସ ଫର କ୍ବାରୀ ମାମଲାରେ ଏଥିକ୍ସ କମିଟି ରିପୋର୍ଟ ଆଗତ କରିବା ପରେ ଏହା କହିଛନ୍ତି ଲୋକସଭା ବାଚସ୍ପତି ଓମ ବିର୍ଲା । ଓମ ବିର୍ଲାଙ୍କ ସମ୍ବୋଧନକୁ ପୁରା ସଂସଦ ସମର୍ଥନ କରିଥିବା ବେଳେ, କାର୍ଯ୍ୟାନୁଷ୍ଠାନ ନେବା ପୂର୍ବରୁ ରିପୋର୍ଟ ଉପରେ ଯଥେଷ୍ଟ ବିତର୍କ କରିବାକୁ ବିରୋଧୀ ସାଂସଦ ଦାବି କରିଥିଲେ । ହେଲେ ସ୍ବଳ୍ପ ସମୟର ବିତର୍କ ପରେ ଏଥିକ୍ସ କମିଟିର ସୁପାରିଶ ଉପରେ ଭୋଟିଂ କରିଥିଲେ ବାଚସ୍ପତି । ଦେଖନ୍ତୁ କଣ କହିଥିଲେ ବାଚସ୍ପତି ଓମ ବିର୍ଲା।

ABOUT THE AUTHOR

...view details