ଓଡିଶା

odisha

bus accident in digapahandi

By

Published : Jun 26, 2023, 8:15 AM IST

ETV Bharat / videos

Digapahandi Bus Accident: ଶୁଣନ୍ତୁ ଦୁର୍ଘଟଣା ପରର ଛାତିଥରା କାହାଣୀ

ବ୍ରହ୍ମପୁର: ଦିଗପହଣ୍ଡିରେ ବଡ ଧରଣର ସଡକ ଦୁର୍ଘଟଣା । ଦୁଇ ବସ୍ ମୁହାଁମୁହିଁ ଧକ୍କା ହେବାରୁ 12 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 8ଜଣ ଆହତ ହୋଇଛନ୍ତି । ରବିବାର ବିଳମ୍ବିତ ରାତି ପ୍ରାୟ 1ଟା ସମୟରେ ଦିଗପହଣ୍ଡିରେ ଓଏସଆରଟିସି ବସ ଓ ଘରୋଇ ବସ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ପରେ ସମସ୍ତ ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଉଦ୍ଧାର କରିବାର ସମୟର ଛାତିଥରା କାହାଣୀ ବଖାଣିଛନ୍ତି ଆମ୍ବୁଲାନ୍ସ କର୍ମଚାରୀ । ଘଟଣାସ୍ଥଳରେ ଚିତ୍ର ଅତ୍ୟନ୍ତ ଭୟଙ୍କର ଥିବା ବେଳେ ଜୀବନ ବଞ୍ଚାଇବାକୁ ସମସ୍ତେ ଚିତ୍କାର କରୁଥିବା କହିଛନ୍ତି ଜଣେ ଆମ୍ବୁଲାନ୍ସ କର୍ମଚାରୀ । 8ଟି ଆମ୍ବୁଲାନ୍ସ ଯୋଗେ ସମସ୍ତ ମୃତକ ଓ ଆହତକୁ ବ୍ରହ୍ମପୁର ଏମକେସିଜି ହସ୍ପିଟାଲ ନିଆଯାଇଥିଲା । ସେଠାରେ ଜଣେ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକକୁ ରେଫର କରାଯାଇଥିଲା । ଏନେଇ ଆମ୍ବୁଲାନ୍ସ କର୍ମଚାରୀଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ସମ୍ବାଦଦାତା ।  

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details