ଓଡିଶା

odisha

ବ୍ରହ୍ମପୁରରେ ମିଳିତ ଅମଲା ମଞ୍ଚର ଆନ୍ଦୋଳନ

ETV Bharat / videos

12 ଦିନରେ ପହଞ୍ଚିଲା ମିଳିତ ଅମଲା ମଞ୍ଚର ଆନ୍ଦୋଳନ, ଦାବି ପୂରଣ ନହେବା ଯାଏ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି - ଗ୍ରେଡ ପେ ବୃଦ୍ଧି ଦାବିରେ ଅମଲା ମଞ୍ଚର ଆନ୍ଦୋଳନ

By

Published : Jun 12, 2023, 10:01 PM IST

ବ୍ରହ୍ମପୁର: ଗ୍ରେଡ ପେ’ ୪୨୦୦ ପ୍ରଦାନ ଦାବିରେ ରାଜ୍ୟବ୍ୟାପୀ ମିଳିତ ଅମଲା ମଞ୍ଚର ଆନ୍ଦୋଳନ ୧୨ ଦିନରେ ପହଞ୍ଚିଛି । ଗଞ୍ଜାମ ଜିଲ୍ଲାର ମିଳିତ ଅମଲା ସଂଘ ପକ୍ଷରୁ ସଦର ମହକୁମ୍ମା ଛତ୍ରପୁର ସମେତ ବ୍ରହ୍ମପୁର ଏବଂ ଭଞ୍ଜନଗର ଠାରେ ଆନ୍ଦୋଳନ କରିବା ସହ ଅହୋରାତ୍ର ଧାରଣା ଦେଇଛନ୍ତି । ଯୋଗ୍ୟତା ଭିତ୍ତିରେ ସରକାରଙ୍କ ଅନ୍ୟ ବର୍ଗରେ କାର୍ଯ୍ୟରତ ସରକାରୀ କର୍ମଚାରୀ ମାନଙ୍କ ଭଳି ଅମଲା ମାନଙ୍କୁ ସ୍ନାତକ ଯୋଗ୍ୟତା ହାରରେ ଗ୍ରେଡ ପେ ୪୨୦୦ ପ୍ରଦାନ କରିବା ଦାବି ନେଇ ଅମଲାମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି । ସମସ୍ତ ବିଭାଗର ଅମଲାମାନେ ଆନ୍ଦୋଳନରେ ସାମିଲ ହୋଇଥିବାରୁ ସରକାରୀ କାର୍ଯ୍ୟାଳୟ ମାନଙ୍କରେ ଏହାର ସିଧାସଳଖ ପ୍ରଭାବ ଦେଖିବାକୁ ମିଳିଛି । ଜିଲ୍ଲାର ପ୍ରାୟ ୩୨ ଗୋଟି ବିଭିନ୍ନ ବିଭାଗରେ ହଜାରରୁ ଊର୍ଦ୍ଧ୍ୱ କାର୍ଯ୍ୟରତ ଅମଲା କର୍ମଚାରୀ ନିଜ ଦାବିକୁ ନେଇ ସରକାରଙ୍କ ନିକଟରେ ଉପସ୍ଥାପିତ କରୁଥିଲେ ମଧ୍ୟ ଅଦ୍ୟାବଧି ସରକାର କୌଣସି ଦୃଷ୍ଟି ନଦେବା ଘଟଣାକୁ ନେଇ ନିନ୍ଦା କରାଯାଇଛି । ଆନ୍ଦୋଳନ ୧୨ ଦିନରେ ପହଞ୍ଚିଥିବା ବେଳେ ସରକାର ଇତି ମଧ୍ଯରେ ତିନିରୁ ଚାରି ଥର ଆଲୋଚନା ପାଇଁ ଡକାଇଥିଲେ ମଧ୍ଯ କୌଣସି ସମସ୍ଯାର ସମାଧାନ ହୋଇ ପାରୁନଥିବା କୁହାଯାଇଛି । ତେବେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଅମଲା ମଞ୍ଚ ଚେତାବନୀ ଦେଇଛି ।  

ଇଟିଭି ଭାରତ, ବ୍ରହ୍ମପୁର 

For All Latest Updates

ABOUT THE AUTHOR

...view details