ସମୂହ ଛୁଟିରେ ଗଲେ ଅମଲା, ସରକାରୀ କାର୍ଯ୍ୟ ଠପ୍ - ଠପ୍ ସରକାରୀ କାର୍ଯ୍ୟ
କେନ୍ଦୁଝର: ଆଜିଠାରୁ ରାଜ୍ୟରେ ଥିବା ବିଭିନ୍ନ ବିଭାଗରେ କାର୍ଯ୍ୟରତ ଅମଲାମାନେ ସମୂହ ଛୁଟିରେ ଯାଇଛନ୍ତି । ରାଜ୍ୟରେ କାର୍ଯ୍ୟରତ ଅମଲାମାନେ ଲେବୁଲ-୪ ମାନ୍ୟତାର କର୍ମଚାରୀ ଭାବେ ଥିବା ବେଳେ ଲେବୁଲ-୯ ଦାବିରେ ଅର୍ନିର୍ଦ୍ଧିଷ୍ଟ କାଳ ପାଇଁ ଏହି ଆନ୍ଦୋଳନ ଆରମ୍ଭ କରିଛି ଅମଲା ସଂଘ । ଏଥିପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାପାଳ କାର୍ଯ୍ୟାଳୟ, ତହସିଲ ଅଫିସ, ବ୍ଲକ ଅଫିସ ଭଳି ୩୮ଟି ବିଭାଗର ଅଫିସ କାମ ପ୍ରଭାବିତ ହୋଇଛି । ଅମଲାମାନଙ୍କୁ ଲେବୁଲ-୯ କର୍ମଚାରୀର ମାନ୍ୟତା ପାଇଁ ଗତ ଏପ୍ରିଲ ୨୭ ତାରିଖରେ ସମସ୍ତ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଥିଲା । ମାତ୍ର ଏହାପରେ ଭୁବନେଶ୍ୱରରେ ମେ' ୧ ତାରିଖରେ ଚରମ ପତ୍ର ଦେବା ସହିତ ମେ' ୨୧ରୁ ୩୧ ତାରିଖ ପର୍ଯ୍ୟନ୍ତ କଳାବ୍ୟାଜ୍ ପରିଧାନ କରି କାମ କରିଥିଲେ । କିନ୍ତୁ ରାଜ୍ୟ ସରକାର ଏଥିପ୍ରତି କର୍ଣ୍ଣପାତ ନକରିବାରୁ ଆଜିଠାରୁ ସମୂହ ଛୁଟିରେ ଅଛନ୍ତି ଅମଲାମାନେ ।
ଇଟିଭି ଭାରତ, କେନ୍ଦୁଝର