ଓଡିଶା

odisha

ମୟୂରଭଞ୍ଜରେ ଆମଲାଙ୍କ ଆନ୍ଦୋଳନ

ETV Bharat / videos

୧୩ ଦିନରେ ଆମଲାଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ, ଦାବି ପୂରଣ ପାଇଁ ମନ୍ଦିରରେ ସମୂହ ଦୀପଦାନ - ଆମଲାଙ୍କ ସମୂହ ଦୀପଦାନ

By

Published : Jun 13, 2023, 5:01 PM IST

ରାଇରଙ୍ଗପୁର: ଗ୍ରେଡ ପେ ବୃଦ୍ଧି ଦାବିରେ ମିଳିତ ଅମଲା ମଞ୍ଚର ଆନ୍ଦୋଳନ ୧୩ ଦିନରେ ପହଞ୍ଚିଛି । ଗତ ଜୁନ ୧ ତାରିଖରୁ କମଲ ଛାଡ଼ି ଅମଲାମାନେ ଅହୋରାତ୍ର ଧାରଣାରେ ବସିଛନ୍ତି । ଆନ୍ଦୋଳନ ଫଳରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଥିବା ଯୋଗୁଁ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।  କିନ୍ତୁ ଏ ଦିଗରେ ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି । ଦୀର୍ଘ ୧୩ ଦିନ ହେବ ଅମଲା ମଞ୍ଚର ଦାବିକୁ ନେଇ ରାଜ୍ୟ ସରକାର କର୍ଣ୍ଣପାତ ନକରିବାରୁ ଆଜି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡରେ ଅମଲା ମଞ୍ଚ ତରଫରୁ ସମୂହ ଦୀପଦାନ କରାଯାଇଛି । ରାଇରଙ୍ଗପୁର ସହରର ପ୍ରସିଦ୍ଧ ମହାଦେବ ମନ୍ଦିର ବାବା ପୂର୍ଣ୍ଣେଶ୍ବର ମନ୍ଦିରରେ ସମସ୍ତ ଅମଲା ମାନେ ଏକତ୍ରିତ ହୋଇ ମନ୍ଦିରରେ ଦୀପ ପ୍ରଜ୍ବଳନ କରିଛନ୍ତି । ସେମାନଙ୍କର ନ୍ୟାର୍ଯ୍ୟ ଦାବି ଯଥାଶୀଘ୍ର ପୂରଣ ନିମନ୍ତେ ଠାକୁରଙ୍କ ନିକଟରେ କାମନା କରିଛନ୍ତି । ସମୂହ ଦୀପଦାନ କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚର ଆବାହକ ଅସିତ କୁମାର ମହାକୁଡଙ୍କ ସହ ରାଇରଙ୍ଗପୁର ବ୍ଲକର ଉପ ବିଭାଗୀୟ ଅଧିକାରୀ ରାମାକାନ୍ତ ପଣ୍ଡା, ରାଇରଙ୍ଗପୁର ତହସିଲର ଉପ ବିଭାଗୀୟ ଅଧିକାରୀ ବାଜଲ ମୁର୍ମୁ, ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ବରିଷ୍ଠ ଅମଲାଙ୍କ ସମେତ ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ । 


ଇଟିଭି ଭାରତ, ରାଇରଙ୍ଗପୁର 

ABOUT THE AUTHOR

...view details