ଓଡିଶା

odisha

ସିମୁଳିଆରେ ଦଶହରା ନିଆରା ନୀତି

ETV Bharat / videos

ସିମୁଳିଆରେ ଦଶହରା ନିଆରା ନୀତି, ଭଲ ଚାଷ ପାଇଁ ଜମୁଛି ବଳଦ ନାଚ - ବାଲେଶ୍ୱର ବଳଦ ନାଚ

By ETV Bharat Odisha Team

Published : Oct 25, 2023, 12:04 PM IST

ବାଲେଶ୍ୱର: ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଶାରଦୀୟ ଦୁର୍ଗାପୂଜା ବେଶ ଆନନ୍ଦ ଓ ଉତ୍ସାହର ପାଳନ କରାଯାଇଛି । ସିମୁଳିଆ ବ୍ଲକ୍ ଈଶ୍ୱରପୁର ପଞ୍ଚାୟତ ଚନ୍ଦ୍ରପଡ଼ା ଗାଁରେ ଦଶହରା ପର୍ବ ଏକ ନିଆରା ଢ଼ଙ୍ଗରେ ପାଳନ କରାଯାଇଥାଏ । ଦଶହରା ଅବସରରେ ଏଠାରେ ବଳଦଗୁଡ଼ିକୁ ରଙ୍ଗ ବେରଙ୍ଗରେ ସଜେଇ ଏକ ନୃତ୍ୟ ପରିବେଷଣ କରାଯାଇଥିବା ଦେଖିବାକୁ ମିଳିଛି । ବଙ୍ଗୀୟ ସମ୍ପ୍ରଦାୟର ଲୋକେ ଦୀର୍ଘ ୨୦୦ ବର୍ଷ ପୂର୍ବରୁ ଆରମ୍ଭ କରିଥିବା ଏହି ପ୍ରଥାକୁ ଜାରି ରଖିଛନ୍ତି ଗ୍ରାମବାସୀ । 

ବିଶ୍ୱାସ ରହିଛି ବଳଦ ନାଚ ହେଲେ ଗ୍ରାମରେ ଭଲ ଚାଷ ହେବା ସହିତ ଗାଁର ମଙ୍ଗଳ ହୋଇଥାଏ । ସିମୁଳିଆ ବ୍ଲକ୍ ଈଶ୍ୱରପୁର ପଞ୍ଚାୟତ ଚନ୍ଦ୍ରପଡ଼ା ଗାଁରେ ଏହି ବଳଦ ନାଚ ପ୍ରଥା ୨୦୦ ବର୍ଷରୁ ଉର୍ଦ୍ଧ ହେବ ଲୋକମାନେ ଦଶହରା ଦିନ ମା’ଦୁର୍ଗା ଦେବୀଙ୍କ ପୀଠରେ ମାନସିକ ପୁରଣ ସହିତ ଗାଁ ଲୋକମାନଙ୍କ ନିଜର ମଙ୍ଗଳ କାମନା ପାଇଁ ଏହି ବଳଦ ନାଚ କରିଥାଆନ୍ତି । ବଳଦ ନାଚ ଦେଖିବା ପାଇଁ ବହୁ ଦୂରଦୂରାନ୍ତରୁ ଭକ୍ତଙ୍କ ଭିଡ଼ ଜମିଥାଏ । ବଳଦମାନଙ୍କୁ ସୁସଜ୍ଜିତ କରି ମହାଆଡ଼ମ୍ବର ସହକାରେ ବାଜା ବଜାଇ ନାଚ ସହିତ ଦେବୀ ମା’ଙ୍କ ପୀଠକୁ ଅଣାଯାଇଥାଏ । ଚନ୍ଦ୍ରପଡ଼ା ଗ୍ରାମର ଗ୍ରାମବାସୀମାନଙ୍କ କହିବା ଅନୁଯାୟୀ ଏଠାରେ ୨୦୦ବର୍ଷ ପୂର୍ବରୁ ବଙ୍ଗ ଦେଶରୁ କିଛି ଲୋକ ଆସି ବସବାସ କରି ମା’ଦେବୀଙ୍କ ପୂଜା ଅର୍ଚ୍ଚନା କରିଆସୁଥିଲେ ତାଙ୍କ ବଂଶଜ ବାଇଧର କୁଅଁର ଓ ଅନ୍ୟମାନେ ଦୁର୍ଗାପୂଜା କରିବା ସହିତ ଏହି ବଳଦ ନାଚ ପରମ୍ପରା ବଜାୟ ରଖିଥିଲେ । 

ଏହି ପରମ୍ପରାକୁ ଏବେ ଏହି ଗ୍ରାମବାସୀ ସବୁ ବର୍ଷ ଦଶହରାରେ ପାଳନ କରିଥାଆନ୍ତି ଓ ବଳଦ ନାଚ ସହିତ ମେଳାର ମଜା ବେଶ ଉଠାଇ ଥାଆନ୍ତି । ଚଳିତ ବର୍ଷ ୨୦ରୁ ଊର୍ଦ୍ଧ୍ଵ ବଳଦ ଆଣି ପୂଜାର୍ଚ୍ଚନା କରାଯାଇ ନାଚ କରାଯାଇଥିଲା । ଗ୍ରାମବାସୀ ମଧ୍ୟ ନିଜ ନିଜ ବଳଦର ବର୍ଷ ସାରା ଯତ୍ନ ନେଇଥାନ୍ତି । ଏହି ବଳଦ ନାଚରେ ଭଲ ବଳଦ ମାଲିକ କୁ ପୁରସ୍କାର ପ୍ରଦାନ କରା ଯାଆଇଥାଏ । ୩ ଦିନ ଧରି ମା’ଙ୍କ ପୂଜା ସରିବା ପରେ ଏହି ଗାଁରେ ଏହି ପରି ନିଆରା ବଳଦନାଚ ଦେଖିବା ପାଇଁ ଆଖପାଖ ଗ୍ରାମରୁ ଶତାଧିକ ଭକ୍ତଙ୍କର ସମାଗମ ହୋଇଛି । ଦୁର୍ଗାପୂଜାର ଏହି ପୁରାତନ ବଳଦନାଚ ଲୋକମାନଙ୍କ ମନରେ ଭକ୍ତି ଓ ଶ୍ରଦ୍ଧା ଆଣି ଦେଇଥାଏ ।

ABOUT THE AUTHOR

...view details