ଓଡିଶା

odisha

Bulandshahr teacher dance video

ETV Bharat / videos

Watch: ବିଦ୍ୟାଳୟରେ ଠୁମକା ମାରିଲେ ଶିକ୍ଷୟିତ୍ରୀ, ଭିଡିଓ ବନାଇଲେ ଛାତ୍ର - ବୁଲନ୍ଦସହରେ ଶିକ୍ଷୟିତ୍ରୀଙ୍କ ଭିଡିଓ ଭାଇରାଲ

By ETV Bharat Odisha Team

Published : Sep 14, 2023, 9:12 PM IST

ଲକ୍ଷ୍ନୌ:ବିଦ୍ୟାଳୟରେ ପାଠ ପଢିବା ପରିବର୍ତ୍ତେ ଠୁମକା ମାରିଲେ ଶିକ୍ଷୟିତ୍ରୀ । ରିଲ୍ସ ପରେ ରିଲ୍ସ କରିବାରେ ହେଲେ ବ୍ୟସ୍ତ । ଆଉ ସବୁଠୁ ଆଶ୍ଚର୍ଯ୍ୟ କଥା ଶିକ୍ଷୟିତ୍ରୀ ଜଣକ ଏହି କାର୍ଯ୍ୟରେ ସ୍କୁଲର ଛାତ୍ରଛାତ୍ରୀଙ୍କୁ ଲଗାଇଦେଲେ । ଅର୍ଥାତ ସ୍କୁଲର ଛାତ୍ରଛାତ୍ରୀ ଶିକ୍ଷୟିତ୍ରୀଙ୍କ ରିଲ୍ସ ଲାଗି ଭିଡିଓ ଉତ୍ତୋଳନ କରିଥିବା ଜଣାପଡ଼ିଛି । ଏଭଳି ଏକ ଘଟଣା ଉତ୍ତରପ୍ରଦେଶ ବୁଲନ୍ଦସହରରୁ ଆସିଛି । ଭାଇରାଲ ଭିଡିଓରେ ନଜର ଆସୁଥିବା ଶିକ୍ଷୟିତ୍ରୀ ଜଣକ ଶିକାରପୁର ଅଞ୍ଚଳର ରିୱାଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପିଲାଙ୍କୁ ପାଠ ପଢାନ୍ତି । ଏହି ଭିଡିଓଟି ସାମ୍ନାକୁ ଆସିବା ପରେ ବ୍ଲକ ଶିକ୍ଷା ଅଧିକାରୀ ଲକ୍ଷ୍ମୀକାନ୍ତ ପାଣ୍ଡେ ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କରିଛନ୍ତି । ଏହି ମାମଲାର ଯାଞ୍ଚ କରିବା ଲାଗି ଏକ କମିଟି ଗଠନ ହୋଇଥିବା ଜଣାପଡ଼ିଛି । ଶିକ୍ଷୟିତ୍ରୀଙ୍କ ୨୯ ସେକେଣ୍ଡର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏଥିରେ ସେ 'ଧୀରେ ଧୀରେ ମେରି ଜିନ୍ଦେଗି ମେ ଆନା' ଗୀତରେ ଡାନ୍ସ କରୁଥିବା ଦେଖିବାକୁ ମିଳିଛି ।  

ଏହା ବି ପଢନ୍ତୁ- କଲେଜ ଛାତ୍ରୀଙ୍କୁ ଘାରିଛି ରିଲ୍ସ ନିଶା, ଚାରି ମହଲା ଛାତରେ ଠିଆ ହୋଇ ବିପଦଜନକ ଭାବେ ଭିଡ଼ିଓ ସୁଟିଂ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details