ଓଡିଶା

odisha

ETV Bharat / videos

ନିଆରା ପରମ୍ପରା, ବୃକ୍ଷରେ ରାକ୍ଷୀ ବାନ୍ଧିଲେ ଗ୍ରାମବାସୀ - ନୟାଗଡ଼ ଖବର

By

Published : Aug 11, 2022, 10:33 PM IST

Updated : Feb 3, 2023, 8:26 PM IST

ନୟାଗଡ଼ : ସବୁଆଡ଼େ ରକ୍ଷାବନ୍ଧନ ଉତ୍ସବ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଛି । ଉତ୍ସବରେ ଭଉଣୀମାନେ ଭାଇ ହାତରେ ରାକ୍ଷୀ ବାନ୍ଧୁଥିବା ବେଳେ ଏକ ନିଆରା ପରମ୍ପରା ନୟାଗଡ଼ ଜିଲ୍ଲା ଦଶପଲ୍ଲାରେ ଦେଖିବାକୁ ମିଳୁଛି । ଦଶପଲ୍ଲା ବ୍ଲକ ଅନ୍ତର୍ଗତ ବୁଗୁଡା ଓ ବୁଗୁଡା କଲୋନୀ ଗ୍ରାମବାସୀ ନୂଆ ଲୁଗା ପିନ୍ଧି ଗଛରେ ରାକ୍ଷୀ ବାନ୍ଧିଥିଲେ । ଏହି କାର୍ଯ୍ୟକ୍ରମରେ ମା ମଣୀନାଗ ଆଞ୍ଚଳିକ ଯୁବ ସଂସଦର ସଭାପତି ନିକୁଞ୍ଜ କିଶୋର ପ୍ରଧାନ, ସମ୍ପାଦକ ରାଜେଶ୍ କୁମାର ଜାନି, କୋଷାଧ୍ୟକ୍ଷ ଶୁଭକାନ୍ତ ଜାନି କଂ, ସାମ୍ବାଦିକ ରତ୍ନାକର ହୋତାଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ସ୍ଥାନୀୟ ବନପାଳ ଦୀପ୍ତି ରଞ୍ଜନ ଆଚାର୍ଯ୍ୟ ଯୋଗଦେଇଥିଲେ । ସେହିପରି ସମ୍ମାନିତ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ମଦନ କୁମାର ଜାନୀ, ସମିତି ସଭ୍ଯ ପ୍ରଶାନ୍ତ ଦଳବେହେରା ପ୍ରମୁଖ ଯୋଗଦେଇଥିଲେ । ଇଟିଭି ଭାରତ, ନୟାଗଡ଼
Last Updated : Feb 3, 2023, 8:26 PM IST

ABOUT THE AUTHOR

...view details