Odisha Assembly: ରାଜ୍ୟ ସରକାର ଭାଗ ଚାଷୀଙ୍କୁ ମାନ୍ୟତା ଦେବେ କି? - କେତେ ଭାଗ ଚାଷୀ ଅଛନ୍ତି
ଭୁବନେଶ୍ବର: ରାଜ୍ୟରେ କେତେ ଭାଗ ଚାଷୀ ଅଛନ୍ତି । ଭାଗ ଚାଷୀଙ୍କୁ ରାଜ୍ୟ ସରକାର ମାନ୍ୟତା ଦେବେ କି? ଭାଗ ଚାଷୀ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ଲାଭ ପାଇବେ କି । ରାଜ୍ୟ ସରକାର ସ୍ବତନ୍ତ୍ର କୃଷି ବଜେଟ କଲେ । ହେଲେ ଚାଷୀଙ୍କ ଆୟ ଦ୍ବିଗୁଣିତ କେବେ ହେବ ? ଭାଗଚାଷୀଙ୍କୁ ରାଜ୍ୟ ସରକାରଙ୍କ କାଳିଆ ଯୋଜନା କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ କିଶାନ ଯୋଜାନ, ପ୍ରଧାନମନ୍ତ୍ରୀ ଫସଲ ଯୋଜନାରେ ସାମିଲ କରିବେ କି? ଭାଗଚାଷୀଙ୍କ ପାଇଁ ଋଣ ବ୍ୟବସ୍ଥା ସହ ରାସାୟନିକ ସାରରେ ସବସିଡି ଦେବା ବ୍ୟବସ୍ଥା କରିବେ କି? ଆଜି ବିଧାନସଭା ପ୍ରଶ୍ନକାଳରେ ଏହି ପ୍ରଶ୍ନ ପଚାରି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଠାରୁ ଜବାବ ମାଗିଥିଲେ ବିଜେପି ବିଧାୟକ ନିତ୍ୟାନନ୍ଦ ଗଣ୍ଡ । ଜବାବରେ ମନ୍ତ୍ରୀ ଭାଗ ଚାଷୀଙ୍କ ପାଇଁ ନେଇଥିବା ବିଭିନ୍ନ ପଦକ୍ଷେପ କହିଥିଲେ । ଦେଖନ୍ତୁ ମନ୍ତ୍ରୀଙ୍କ ଉତ୍ତର ଭାଗଚାଷୀଙ୍କୁ ନେଇ ।