ଓଡିଶା

odisha

Eid wishes in border: ପରସ୍ପରକୁ ମିଠା ବାଣ୍ଟି ଶୁଭେଚ୍ଛା ଜଣାଇଲେ BSF ଓ ପାକ ରେଞ୍ଜର୍ସ

By

Published : Jun 29, 2023, 4:16 PM IST

ETV Bharat / videos

Eid Wishes in Border: ପରସ୍ପରକୁ ମିଠା ବାଣ୍ଟି ଶୁଭେଚ୍ଛା ଜଣାଇଲେ BSF ଓ ପାକ ରେଞ୍ଜର୍ସ

ହାଇଦ୍ରାବାଦ:ଆଜି ମୁସଲମାନ ଧର୍ମାବଲମ୍ବୀମାନେ ପାଳନ କରୁଛନ୍ତି ଇଦ୍‌ । ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମାରେ ମଧ୍ୟ ଏହି ଅବସରରେ ପରସ୍ପରକୁ ଶୁଭେଚ୍ଛା ଜଣାଇଛନ୍ତି ଭାରତ ଓ ପାକିସ୍ତାନ ସେନା । ଅଟ୍ଟାରୀ-ଓ୍ବାଘା ଅନ୍ତର୍ଜାତୀୟ ପୋଷ୍ଟରେ ପରସ୍ପରକୁ ମିଠା ବାଣ୍ଟି ଶୁଭେଚ୍ଛା ଜଣାଇଲେ BSF ଓ ପାକ ରେଞ୍ଜର୍ସ । ଉଭୟ ଦେଶର ସୀମା ସୁରକ୍ଷା ବଳର ଅଧିକାରୀ ଓ ଯବାନ ଏହି ଉପହାର ବିନିମୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ପ୍ରତିବର୍ଷ ଇଦ୍‌, ଦିପାବଳୀ ପରି ପର୍ବ ସହ ଜାତୀୟ ଦିବସଗୁଡିକରେ ମଧ୍ୟ ଏହି ଶୁଭେଚ୍ଛା ବିନିମୟର ପରମ୍ପରା ରହିଆସିଛି । ଉଭୟ ଦେଶର ସ୍ବାଧୀନତା ଦିବସରେ ମଧ୍ଯ ଉଭୟ ଦେଶର ସେନା ପରସ୍ପରକୁ ଶୁଭେଚ୍ଛା ଜଣାଇଥାନ୍ତି । କେବଳ ଭାରତ ପାକିସ୍ତାନ ସୀମାରେ ନୁହେଁ ବରଂ ଅନ୍ୟ ପଡୋଶୀ ଦେଶ ବାଂଲାଦେଶ ଓ ଭୁଟାନ, ନେପାଳ ଓ ମିଆଁମାର ସୀମାରେ ମଧ୍ୟ ଶୁଭେଚ୍ଛା ବିନିମୟ ହୋଇଥାଏ । ଦେଖନ୍ତୁ ଓ୍ବାଘା-ଅଟ୍ଟାରୀ ପୋଷ୍ଟରୁ ଦୃଶ୍ୟ 

ABOUT THE AUTHOR

...view details