Holi 2023: ପାକିସ୍ତାନ ସୀମାରେ ହୋଲି ପାଳିଲେ BSF ଯବାନ
ଶ୍ରୀନଗର:ପରିବାରଠୁ ଦୂରେଇ ରହି ଦେଶ ସେବାରେ ନିୟୋଜିତ ଥିବା ଯବାନ ପାଳିଲେ ରଙ୍ଗର ପର୍ବ ହୋଲି । ଜମ୍ମୁକାଶ୍ମୀର ସାମ୍ବା ଓ ଆରଏସ ପୁରା ସେକ୍ଟରର ସୀମାବର୍ତ୍ତୀ ଅଞ୍ଚଳରେ ବିଏସଏଫ ଯବାନମାନେ ହୋଲି ଖେଳିଛନ୍ତି । ନିଜ ସାଥୀ ଯବାନଙ୍କୁ ଅବିର ଲଗାଇବା ସହ ମିଠା ଖୁଆଇ ପରସ୍ପରକୁ ହୋଲିର ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି । ଏହାସହିତ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ମଧ୍ୟ ହୋଲି ଖେଳର ଶୁଭେଚ୍ଛା ଜଣାଇଛନ୍ତି । ନାଚି ଗୀତ ଗାଇ ଯବାନମାନେ ସୀମାରେ ହୋଲି ଖେଳୁଥିବା ଦେଖିବାକୁ ମିଳିଛି ।
ଦେଶ ସେବାରେ ନିୟୋଜିତ ଥିବାରୁ ଅନେକ ପର୍ବରେ ନିଜ ପରିବାର ସହ ସାମିଲ ହୋଇପାରନ୍ତି ବୀର ଯବାନ । ହେଲେ ସେମାନେ ନିଜ ସାଥୀ ଯବାନ, ଦେଶବାସୀ ଓ କାମ କରୁଥିବା ସ୍ଥାନୀୟ ବାସୀଙ୍କୁ ନିଜ ପରିବାରର ସଦସ୍ୟ ବୋଲି ଭାବିଥାନ୍ତି । ଅନେକ ପର୍ବପର୍ବାଣି ସେମାନେ ଅଞ୍ଚଳବାସୀ ଓ ସାଥୀ ଯବାନଙ୍କ ସହିତ ସେଲିବ୍ରେଟ କରିଥାନ୍ତି । ଆଜି ହୋଲି ପର୍ବ ଅବସରରେ ଜମ୍ମୁକାଶ୍ମୀରର ସାମ୍ବା ସେକ୍ଟର ଓ ଆରଏସ ପୁରା ସେକ୍ଟରରେ ହୋଲି ଖେଳ ଦେଖିବାକୁ ମିଳିଥିଲା । ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ଅନ୍ତର୍ଜାତୀୟ ସୀମାରେ ମୁତୟନ ଥିବା ଏହି ବିଏସଫ ଯବାନମାନେ ହୋଲି ଖେଳିଥିଲେ ।
ଏହି ଭିଡିଓ ବି ଦେଖନ୍ତୁ- Watch Video: ହୋଲି ଖେଳିଲା ଟିମ ଇଣ୍ଡିଆ, ରଙ୍ଗ ମାରିଲେ କୋହଲି, ସେଲଫି ନେଲେ ରୋହିତ
ଦକ୍ଷିଣ ଭାରତରେ ହୋଲିକୁ ୨ ଦିନ ଧରି ପାଳନ କରାଯାଏ । ଚଳିତ ବର୍ଷ ୮ ତାରିଖରେ ହୋଲି ପଡୁଥିବା ବେଳେ ଏମାନେ ହୋଲିର ଗୋଟିଏ ଦିନ ପୂର୍ବ ଅର୍ଥାତ ୭ ତାରିଖକୁ ଛୋଟି ହୋଲି ବା ହୋଲିକା ଦହନ ଭାବେ ପାଳନ କରିଥାନ୍ତି । ମନ୍ଦ ଉପରେ ଭଲର ବିଜୟକୁ ଚିହ୍ନିତ କରୁଥିବା ଏହି ପର୍ବ ୨ ଦିନ ଧରି ପାଳନ କରାଯାଇଥାଏ । ସାରା ଦେଶରେ ଏହି ପର୍ବକୁ ବେଶ ଧୁମଧାମ ଖୁସି ଓ ଉଲ୍ଲାସର ସହିତ ପାଳନ କରାଯାଇଥାଏ ।