ଓଡିଶା

odisha

Boudh Mahotsav

ETV Bharat / videos

ବୌଦ୍ଧ ମହୋତ୍ସବ ଉଦଘାଟିତ, ମନମୋହୁଛି ରଙ୍ଗାରାଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ - ବୌଦ୍ଧ ମହୋତ୍ସବ ଉଦଘାଟିତ

By ETV Bharat Odisha Team

Published : Jan 3, 2024, 8:24 AM IST

Boudh Mahostav: ବୌଦ୍ଧ:ପାରମ୍ପରିକ ଲୋକନୃତ୍ୟ ଓ ଲୋକବାଦର ତାଳେ ତାଳେ ଉଦଘାଟିତ ହେଲା ବୌଦ୍ଧ ଜିଲ୍ଲା ମହୋତ୍ସବ ତଥା ପଲ୍ଲିଶ୍ରୀ ମେଳା । ପାଞ୍ଚ ଦିନ ଧରି ହେବାକୁ ଥିବା ଏହି ଜିଲ୍ଲା ମହୋତ୍ସବକୁ ପଞ୍ଚାୟତିରାଜ ମନ୍ତ୍ରୀ ଉଦଘାଟନ କରିଛନ୍ତି  । ଜିଲ୍ଲା ଗଠନର ପ୍ରତିଷ୍ଠା ଦିବସ ଅବସରରେ ପ୍ରତ୍ୟେକ ବର୍ଷ ଭଳି ମଙ୍ଗଳବାର ଠାରୁ ଜିଲ୍ଲା ମହୋତ୍ସବ ତଥା ପଲ୍ଲିଶ୍ରୀ ମେଳାର ଆୟୋଜନ କରାଯାଇଛି । ୧୯୯୪ ମସିହାରେ ଜାନୁଆରୀ 2ରେ ବୌଦ୍ଧ ଏକ ସ୍ବତନ୍ତ୍ର ଜିଲ୍ଲାର ମାନ୍ୟତା ପାଇଥିଲା । ୩୦ ବର୍ଷ ପୂର୍ତ୍ତି ଅବସରରେ ଗତକାଲି ଜିଲ୍ଲାର କଣ୍ଟାମାଳ, ହରଭଙ୍ଗା ଓ ବୌଦ୍ଧ ବ୍ଲକର ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । 

ଏହା ମଧ୍ୟ ପଢନ୍ତୁ- ବୋଲଗଡ଼ ମହୋତ୍ସବରେ କଳା ଓ ସଂସ୍କୃତିର ଝଲକ

ବୌଦ୍ଧ ଜିଲ୍ଲାର କୋଣ ଅନୁକୋଣରୁ ଆସିଥିବା ପାରମ୍ପରିକ ଲୋକନୃତ୍ୟ ଓ ଲୋକବାଦ୍ୟ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ । ଏହି ଶୋଭାଯାତ୍ରାରେ ଜିଲ୍ଲାସ୍ତରୀୟ ମହିଳା ଅଧିକାରୀମାନେ ନାଚଗୀତରେ ସାମିଲ ହୋଇଥିଲେ । ସନ୍ଧ୍ୟାରେ ଜିଲ୍ଲା ମହୋତ୍ସବକୁ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଉଦଘାଟନ କରିଥିବା ବେଳେ  କଣ୍ଟାମାଳ ବିଧାୟକ ମହୀଧର ରଣା, ଜିଲ୍ଲାପାଳ ନୃସିଂହ ଚରଣ ସ୍ବାଇଁ, ଏସପି ରାଜ ପ୍ରସାଦ, ଅତିରିକ୍ତ ଜିଲ୍ଲାପାଳ ପ୍ରମୁଖ ଯୋଗ ଦେଇଥିଲେ । ଉଦଘାଟନୀ ସମାରୋହରେ ପାରମ୍ପରିକ ଲୋକକଳାକୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଉପଭୋଗ କରିଥିଲେ ଦର୍ଶକ । ଜିଲ୍ଲାର ଲୋକକଳା, ପର୍ଯ୍ୟଟନ ସହିତ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାର ସଫଳତାକୁ ନେଇ ଅତିଥିମାନେ ବେଶ ପ୍ରଶଂସା କରିଥିଲେ ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details