ଓଡିଶା

odisha

ଓଡ଼ିଶା ଖଣି ନିଗମ ବଡ଼ବିଲ ପକ୍ଷରୁ ରକ୍ତ ଶିବିର ଅନୁଷ୍ଠିତ

ETV Bharat / videos

ରହିବନି ରକ୍ତ ଅଭାବ ! ଆହତଙ୍କ ପାଇଁ ମେଗା ରକ୍ତ ଶିବିର କଲା ଓଏମସି

By

Published : Jun 4, 2023, 9:28 PM IST

କେନ୍ଦୁଝର:ବାଲେଶ୍ବର ବାହାନଗାରେ ଭୟାବହ ରେଳ ଦୁର୍ଘଟଣା । ଏହି ମର୍ମନ୍ତୁଦ ଦୁର୍ଘଟଣା ଗୁରୁତରଙ୍କ ପାଇଁ ମାନବୀୟ ସହାୟତା ସଂଖ୍ୟା ବଢି ଚାଲିଛି । ଏହି ସମୟରେ ଗୁରୁତରଙ୍କୁ ରକ୍ତର ଆବଶ୍ୟକତା ଅଧିକ ରହିଛି । ଏହି ଗୁରୁତର ଆହତମାନଙ୍କୁ ମାନବୀୟ ସହାୟତା ଯୋଗାଇଦେବା ପରିପେକ୍ଷୀରେ ଆଜି ଓଡ଼ିଶା ଖଣି ନିଗମ ବଡ଼ବିଲ ଆଗକୁ ଆସିଛି । ଓଏମସି ଓ ଭାରତୀୟ ରେଡକ୍ରସ ସଂସ୍ଥା ସହଯୋଗରେ ଏକ ଡେଡିକେଟେଡ ରକ୍ତଦାନ ଶିବିର ଆଞ୍ଚଳିକ ଅଫିସ ପରିସରରେ ଅନୁଷ୍ଠିତ ହୋଇଥିଲା । ଏହି ରକ୍ତଦାନ ଶିବିରରେ ୨୫୦ ୟୁନିଟ ରକ୍ତ ସଂଗୃହୀତ ହୋଇଛି । ଓଏମସି କର୍ମଚାରୀ ଓ ପରିବାର ବର୍ଗ ଏହି ମହତ ଉଦ୍ଦେଶ୍ୟରେ ମଧ୍ୟ ସାମିଲ ହୋଇଥିଲେ । ଜିଲ୍ଲା ରେଡକ୍ରସ ଯୁଗ୍ମ ସମ୍ପାଦକ ଏ ଆର ଖାନ ଏହି ଶିବିର ଉଦଘାଟନ କରି ରକ୍ତଦାତାମାନଙ୍କୁ ପ୍ରେରିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସନାତନ ବେହେରା, ଡାକ୍ତର ବବିତା ଏକ୍କା , ନୂତନ ରାଉତ ଶିବିର ପରିଚାଳନା କରିଥିଲେ। 

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details