ଓଡିଶା

odisha

ପାଣ୍ଡିଆନଙ୍କ ଅନୁଗୋଳ ଗସ୍ତକୁ ବିରୋଧ, କଳା ଦିବସ ପାଳିଲା ବିଜେପି

By

Published : Jul 10, 2023, 5:29 PM IST

ପାଣ୍ଡିଆନଙ୍କ ଅନୁଗୋଳ ଗସ୍ତକୁ ବିରୋଧ

ଅନୁଗୋଳ:5T ସଚିବ ଭିକେ ପାଣ୍ଡିଆନ ଅନୁଗୋଳ ଗସ୍ତ କରିଥିବାବେଳେ ଏହାକୁ ବିରୋଧ କରିଛି ବିଜେପି। ଗୋ ବ୍ୟାକ୍ ନାରା ଦେଇ ଶତାଧିକ ବିଜେପି କର୍ମୀ ଆନ୍ଦୋଳନ କରିଥିବା ଦେଖିବାକୁ ମିଳିଛି। ଏନେଇ ଶତାଧିକ ବିଜେପି କର୍ମୀ  କଳା ପୋଷାକ ପରିଧାନ କରି ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିଛନ୍ତି । ଜିଲ୍ଲା ବିଜେପି ସଭାପତି ଡିଲେଶ୍ଵର ପ୍ରଧାନଙ୍କ ନେତୃତ୍ୱରେ ପୂର୍ବତନ ସାଂସଦ ରୁଦ୍ରନାରାୟଣ ପାଣି, ବରିଷ୍ଠ ନେତା ପ୍ରତାପ ପ୍ରଧାନ ଓ ନେତୃବୃନ୍ଦ କଳାପୋଷାକ ପରିଧାନ କରି ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି । 

ଏହା ମଧ୍ୟ ପଢନ୍ତୁ...ଦାବି ପୂରଣ ନହେଲେ 5T ସଚିବଙ୍କ ଗସ୍ତକୁ କରାଯିବ ବିରୋଧ: ବିସ୍ଥାପିତ ପ୍ରଜାମଞ୍ଚ

ଦିନ ତମାମ ପାଣ୍ଡିୟାନ ଗୋ ବ୍ୟାକ୍ ନାରା ଦେବା ସହ  5T ସଚିବଙ୍କ ଗସ୍ତକୁ ବିରୋଧ କରିଛନ୍ତି।  "ଯଦି 23 ବର୍ଷର ଶାସନ କାଳରେ ବିକାଶ ହୋଇନି ଆଜି ପାଣ୍ଡିଆନ ଆସି କରିବେ କିପରି?" ପ୍ରଶ୍ନ କରି ବର୍ଷିଛି ବିଜେପି। ଏତେ ଦିନ ଯାଏଁ ଜିଲ୍ଲାର ନେତା, ବିଧାୟକ, ସାଂସଦ କଣ କରୁଥିଲେ ବୋଲି ଅଭିଯୋଗ କରିଛନ୍ତି ବିଜେପିର କର୍ମକର୍ତ୍ତା । ତେବେ ସରକାରୀ ଅର୍ଥରେ 5T ସଚିବ ଯେଉଁ ପ୍ରହସନ ଚଳାଇଛନ୍ତି ତାକୁ ବନ୍ଦ କରାଯାଉ ବୋଲି ଦଳ ଦାବି କରିଛି। 

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details