ଓଡିଶା

odisha

ଆଇଟି ରେଡକୁ ନେଇ ବିଜେପି ପକ୍ଷରୁ ଉପଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ETV Bharat / videos

ମଦ ଟଙ୍କା ଜବତ: ବିଜେଡି ସହଯୋଗ ଅଭିଯୋଗ ଆଣି ବିଜେପିର ବିକ୍ଷୋଭ - ଜବତ କଳାଧନରେ ବିଜେଡି ଲିଙ୍କ

By ETV Bharat Odisha Team

Published : Dec 11, 2023, 7:43 PM IST

ଝାରସୁଗୁଡା: ରାଜ୍ୟରେ ମଦ ବ୍ୟବସାୟୀଙ୍କ ଘରେ ଆଇଟି ରେଡ ଘଟଣାକୁ ନେଇ ବର୍ତ୍ତମାନ ରାଜନୀତି ସରଗରମ ହେବାରେ ଲାଗିଛି । ଝାରସୁଗୁଡା ଜିଲ୍ଲା ବିଜେପି ପକ୍ଷରୁ ଏନେଇ ଝାରସୁଗୁଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏଥିସହ ଏହି କଳାଟଙ୍କା ଜବତ ଘଟଣାରେ ସମ୍ପୃକ୍ତ କଂଗ୍ରେସ ଦଳର ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କ କୁଶ ପୁତ୍ତଲିକା ଦାହ କରାଯାଇଛି । ଗତ 4 ଦିନରେ ରାଜ୍ୟରେ ଆଇଟି ରେଡରୁ କୋଟି କୋଟି ଟଙ୍କା ମିଳିବା ଘଟଣାରେ କଂଗ୍ରେସ ଏବଂ ବିଜେଡିକୁ ଦାୟୀ କରିଛି ବିଜେପି l ବିଜେଡି ସରକାରର ସହଯୋଗ ବିନା ରାଜ୍ୟରେ ଏତେ ପରିମାଣର ନଗଦ ଟଙ୍କା ରଖିବା ସମ୍ଭବ ନୁହେଁ ବିଜେପି କହିଛି l 

ଏହା ମଧ୍ୟ ପଢନ୍ତୁ ...ସୁନ୍ଦରଗଡ ମଦ ବ୍ୟବସାୟୀଙ୍କ ଘରେ ଚଢାଉ ଜାରି, ରାଜ୍ୟବ୍ୟାପୀ ୩୦୦ କୋଟିରୁ ଊର୍ଦ୍ଧ୍ବ କଳାଧନ ଜବତ

ଦୁର୍ନୀତି, କଳା ବ୍ୟାପାର, ଭ୍ରଷ୍ଟାଚାର, ଆୟକର ଚୋରି କରି ଧୀରଜ ସାହୁ ଏହି ଟଙ୍କା ନିଜ ସହଯୋଗୀଙ୍କ ନିକଟରେ ରଖିଥିବା ବିଜେପି ଅଭିଯୋଗ କରିଛି । ଏପରିକି ଛତିଶଗଡ଼ ନିର୍ବାଚନ ସମୟରେ କଂଗ୍ରେସ ଦଳକୁ ବିଜୁ ଜନତା ଦଳ ଆର୍ଥିକ ସହଯୋଗ କରିଥିବା କହି ଭାରତୀୟ ଜନତା ପାର୍ଟି ଅଭିଯୋଗ ଆଣିଛି । ଆଗକୁ ରହିଛି ୨୦୨୪ ସାଧାରଣ ନିର୍ବାଚନ । ତେବେ ଏବେ ଠାରୁ ରାଜ୍ୟ ରାଜନୀତିରେ ବିଭିନ୍ନ ଦଳ ମଧ୍ୟରେ ଘମାସାନ ଲଢେଇ ଦେଖିବାକୁ ମିଳିଛି । ମଦ କାରବାର ଓ ସେଠାରୁ ଠାବ ହେଉଥିବା କଳାଧନକୁ ନିଜ ଏଜେଣ୍ଡାରେ ଯୋଡ଼ି ଶାସକ ଦଳକୁ ଟାର୍ଗେଟ କରିବ ବୋଲି ବିଜେପି ଲକ୍ଷ୍ୟ ରଖିଛି  । 

ଇଟିଭି ଭାରତ, ଝାରସୁଗୁଡା

ABOUT THE AUTHOR

...view details