ଓଡିଶା

odisha

ETV Bharat / videos

ଗୋବିନ୍ଦ ସାହୁର ସନ୍ଦେହଜନକ ମୃତ୍ୟୁକୁ ନେଇ ଗର୍ଜିଲା ବିଜେପି - ମମିତା ମେହେର ହତ୍ୟାକାଣ୍ଡ ଘଟଣା

🎬 Watch Now: Feature Video

By

Published : Dec 21, 2022, 10:42 PM IST

Updated : Feb 3, 2023, 8:36 PM IST

ଭାବାନୀପାଟଣା: ମମିତା ମେହେର ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ସନ୍ଦେହ ଜନକ ମୃତ୍ୟକୁ ନେଇ ଏବେ ସରଗରମ ହୋଇଛି ରାଜ୍ୟ ରାଜନୀତି। ଗୋବିନ୍ଦ ସାହୁକୁ ହତ୍ୟାକରି ଆତ୍ମହତ୍ୟାର ରୂପ ଦିଆଯାଉଥିବା ବେଳେ ଘଟଣାର ସିବିଆଇ ତଦନ୍ତ ଦାବି ନେଇ ଆଜି ରାଜରାସ୍ତାକୁ ଓହ୍ଲାଇଛି ବିଜେପି। କଳାହାଣ୍ଡି ଜିଲ୍ଲା ବିଜେପି ସଭାପତି ଦେବେନ୍ଦ୍ର ମହାନ୍ତିଙ୍କ ନେତୃତ୍ବରେ ବିଜେପି କର୍ମୀ ଦଳୀୟ କାର୍ଯ୍ୟାଳୟରୁ ବିକ୍ଷୋଭ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଛନ୍ତି। ଏହାପରେ ଗାନ୍ଧୀ ଛକ ଠାରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ନାରାବାଜି କରିଥିଲେ।ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ କରି ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛି ବିଜେପି । ଇଟିଭି ଭାରତ, କଳାହାଣ୍ଡି
Last Updated : Feb 3, 2023, 8:36 PM IST

ABOUT THE AUTHOR

...view details