ଓଡିଶା

odisha

ମହାନଗର ନିଗମ କାର୍ଯ୍ୟାଳୟ ଘେରାଉ

ETV Bharat / videos

ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟ ଘେରାଉ କଲା ବିଜେପି - ମହାନଗର ନିଗମ କାର୍ଯ୍ୟାଳୟ ଘେରାଉ କଲା ବିଜେପି

By ETV Bharat Odisha Team

Published : Nov 22, 2023, 7:28 PM IST

ରାଉରକେଲା:ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟ ଘେରାଉ କଲା ବିଜେପି । ବିଭିନ୍ନ ସ୍ତରରେ ଦୁର୍ନୀତିର ଅଭିଯୋଗ କରି କାର୍ଯ୍ୟାଳୟ ଘେରାଉ କରିଛନ୍ତି ବିଜେପି କର୍ମୀ । ମହାନଗର ନିଗମ ଏବଂ ରାଉରକେଲା ସହରରେ ଚାଲିଥିବା ଦୁର୍ନୀତିକୁ ନେଇ ବିକ୍ଷୋଭ ପ୍ରଦର୍ଶନ । ରାଉରକେଲା ସ୍ମାର୍ଟ ସିଟି ଅଫିସରୁ ରାଉରକେଲା ମହାନଗର ନିଗମ ଅଫିସ ଯାଏଁ ଏକ ବିଶାଳ ରାଲି କରି  ଅଫିସ ଘେରାଉ କରିଥିଲା ରାଉରକେଲା ବିଜେପି ।

ଦୁର୍ନୀତି ବିରୋଧରେ ବିଜେପିର ବିଶାଳ ବିକ୍ଷୋଭ ସାରା ରାଜ୍ୟରେ ଚାଲିଛି । ସେନେଇ ରାଉରକେଲାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ବିଶାଳ ରାଲି କରାଯାଇଛି । ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟ ଓ ସହରର ବ୍ୟାପକ ଦୁର୍ନୀତିକୁ ବିରୋଧ କରି କାର୍ଯ୍ୟାଳୟ ଘେରାଉ କରିଛି ବିଜେପି ଦଳ । ବିଭିନ୍ନ ଉନ୍ନୟନ ପ୍ରକଳ୍ପରେ ଆର୍ଥିକ ଅବ୍ୟବସ୍ଥାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବିଜେପି କର୍ମୀ ।   ରାଉରକେଲାର ଦୁର୍ନୀତି ପ୍ରସଙ୍ଗକୁ ଗୁରୁତ୍ୱ ଦେବା ପାଇଁ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ମତ ଦେଇଛନ୍ତି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କା ଘର ଯୋଜନା, ସହ ସ୍ୱାସ୍ଥ୍ୟ, ଶିକ୍ଷା, ଉନ୍ନତି ପାଇଁ ହେଉଥିବା ଯୋଜନାରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ ଆଣିଛନ୍ତି ।  

ଏହା ମଧ୍ୟ ପଢ଼ନ୍ତୁ....ଖଡ଼ିଆଳ ବ୍ଲକ କାର୍ଯ୍ୟାଳୟ ଘେରାଉ, ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ସ୍ବର ଶାଣିତ କଲା ବିଜେପି

ଆଜି ରାଉରକେଲା ସହରର ମହାନଗର ନିଗମ ଅଫିସକୁ ହୁଲୁସ୍ତୁଲୁ କରିଛି ବିଜେପି ଦଳ । ଓଡ଼ିଶା ସରକାରଙ୍କ ବିଭିନ୍ନ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଛନ୍ତି । ଶାସକ ବିଜୁ ଜନତା ଦଳ ଦ୍ବାରା ହେଉଥିବା ଦୁର୍ନୀତିକୁ ରୋକିବା ଲାଗି ବିଜେପି ତରଫରୁ ଏହି ପଦକ୍ଷେପ ନିଆଯାଇଛି । ଦଳର ସଦସ୍ୟ ଓ ସମର୍ଥକମାନେ ସେମାନଙ୍କ ଅଭିଯୋଗ ଉପସ୍ଥାପନ କରିବା ସହ ମହାନଗର ନିଗମରେ ଦୀର୍ଘ ଦିନ ଧରି ଚାଲିଥିବା ଦୁର୍ନୀତିକୁ ନିନ୍ଦା କରି ଥିଲେ । 

ଏହା ସହ ଏହାର ସୁଧାର ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଥିଲେ । ବିଜେପି ଯେଉଁ ପ୍ରାଥମିକ ଦାବିଗୁଡ଼ିକ ରଖିଥିଲା, ସେଥିମଧ୍ୟରୁ ଗୋଟିଏ ଥିଲା 2014 ମସିହାରୁ ଅବ୍ୟାହତ ଥିବା ମହାନଗର ନିଗମ ନିର୍ବାଚନ ଯଥା ସମ୍ଭବ ଆୟୋଜନ କରି ତ୍ୱରିତ ସମାପ୍ତି କରାଯାଉ । ଯାହାଫଳରେ ଲୋକେ ନିଜ ସମସ୍ୟାକୁ ନିଜ ନେତାଙ୍କ ସମ୍ମୁଖରେ ରଖି ପାରିବେ । ଦଳୀୟ ନେତାମାନେ ଏହି  ସମସ୍ୟାର ତୁରନ୍ତ ସମାଧାନ ଉପରେ ଗୁରୁତ୍ୱାରୋପ କରିବା ପାଇଁ ଦାବି କରିଥିଲେ । ତାସହ ରାଉରକେଲାର ପ୍ରଭାବୀ ଶାସନ ପାଇଁ ଏକ ସ୍ୱଚ୍ଛ ଓ ନିରପେକ୍ଷ ନିର୍ବାଚନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ ।

ABOUT THE AUTHOR

...view details