ତାରାଙ୍କ ଡିଲ୍ ବୟାନକୁ ଖଣ୍ଡନ କଲା ବିଜେପି, ସୁରଥ କହିଲେ ଡିଲ କରେ କଂଗ୍ରେସ - ଡିଲ ସବୁବେଳେ କଂଗ୍ରେସ କରେ
ଭୁବନେଶ୍ବର: ବିଜେପି ଏବଂ ବିଜେଡି ମଧ୍ୟରେ ଡିଲ ହୋଇଛି ବୋଲି ଆଜି କଂଗ୍ରେସ ବିଧାୟକ ତାରା ବାହିନୀପତି ଅଭିଯୋଗ ଆଣିଛନ୍ତି । ତେବେ ଏହାକୁ ଖଣ୍ଡନ କରିଛି ବିଜେପି । ବିଜେପି ନେତା ସୁରଥ ବିଶ୍ଵାଳ କହିଛନ୍ତି, ଡିଲ ସବୁବେଳେ କଂଗ୍ରେସ କରେ ଓ ଏହା ଉପରେ କଂଗ୍ରେସର ଭଲ ଅଭିଜ୍ଞତା ଅଛି ।
ସୁରଥ ବିଶ୍ଵାଳ ଆହୁରି ମଧ୍ୟ କହିଛନ୍ତି, "ଡିଲ କଥା କଂଗ୍ରେସର ଅଳ୍ପ କେତେକ ବିଧାୟକ ଅଛନ୍ତି, ସେମାନେ ଭଲ କରି ଜାଣିଛନ୍ତି । ସରକାରଙ୍କ ସାଙ୍ଗରେ ଡିଲ କେମିତି ହୁଏ ସେମାନଙ୍କୁ ଜଣା । ସେମାନେ କେବଳ ଡିଲ ବାବଦରେ ଜାଣନ୍ତି ନୁହେଁ, ଗଣମାଧ୍ୟମ ଆଗରେ ବି କହିଛନ୍ତି । ସାଲୁଜା ବାବୁ କହିବେ ଅମକର ଡିଲ ହୋଇଗଲା, ତାରା ବାବୁ କହିବେ ସମକର ଡିଲ ହୋଇଗଲା । ହେଲେ ସେମାନେ ଡିଲ କରନ୍ତି । ସେମାନେ ବିରୋଧୀ ଦଳର ଭୂମିକା କେବେ ନିର୍ବାହ କରିନାହାନ୍ତି । ଆମେ ରାସ୍ତାରୁ ଆରମ୍ଭ କରି ବିଧାନସଭା ପର୍ଯ୍ୟନ୍ତ ସରକାରଙ୍କୁ ବିରୋଧ କରୁଛୁ । ସରକାରଙ୍କୁ ଯେତେ ଅଡ଼ୁଆରେ ପକାଇବା କଥା ପକାଉଛୁ । ସରକାରଙ୍କ ଦୋଷ ଦୁର୍ବଳତାକୁ ପର୍ଦ୍ଦାଫାସ କରୁଛୁ । ଆମେ ଡିଲ କରିବା କଥା କେହି କହିପାରିବେ ନାହିଁ ।"
ଏହା ମଧ୍ୟ ପଢ଼ନ୍ତୁ...ଦିଲ୍ଲୀରେ ବିଜେଡି-ବିଜେପି ଡିଲ, ରାଜ୍ୟରେ ଚାଲିଛି ଖୁଚୁରା ଲଢେଇ: କଂଗ୍ରେସ ବିଧାୟକ ତାରା
ଇଟିଭି ଭାରତ, ଭୁବନେଶ୍ବର