ଓଡିଶା

odisha

ETV Bharat / videos

Padmapur ByPoll: ତାରିଖ ଘୋଷଣାପରେ ବିଜେପି, କଂଗ୍ରେସର ପ୍ରତିକ୍ରିୟା - ପଦ୍ମପୁର ଉପନିର୍ବାଚନ ନେଇ ବିଜେପିର ପ୍ରତିକ୍ରିୟା

By

Published : Nov 5, 2022, 4:08 PM IST

Updated : Feb 3, 2023, 8:31 PM IST

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ ଆସନ୍ତା ଡିସେମ୍ବର ୫ ତାରିଖରେ ଅନୁଷ୍ଠିତ ହେବ (Padmapur Bypoll) । ଏ ନେଇ ଆଜି ଘୋଷଣା ହେବା ପରେ ବିଭିନ୍ନ ଦଳ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି । ଏନେଇ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ପଦ୍ମପୁର ଉପନିର୍ବାଚନ ଲାଗି ଦଳ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛି । ଗତଥର ଆମ ପ୍ରାର୍ଥୀ ବହୁତ କମ ଭୋଟରେ ହାରିଯାଇଥିଲେ । ସେଠାରେ ଲମ୍ବା ସମୟ ଧରି ଲୋକମାନେ ଅବହେଳିତ ସ୍ଥିତିରେ ଅଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ବିଜେପୁର ଦାୟିତ୍ବ ମୋର କହିବା ସତ୍ତ୍ବେ ବିଜେପୁରର ବିକାଶ ହୋଇନି, ପଦ୍ମପୁରବାସୀ ଅତି ପାଖରୁ ଏହାକୁ ଦେଖିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ମିଛ କଥାକୁ ବିଶ୍ବାସ କରିବା ଭଳି ସ୍ଥିତି ସେଠାରେ ନାହିଁ, ଏବଂ ସାଙ୍ଗଠନିକ ଦୃଷ୍ଟିକୋଣରୁ ବିଜେପି ସେଠି ଲଢ଼ିବା ପାଇଁ ପୁରା ପ୍ରସ୍ତୁତ ଅଛି । ସେହିପରି କଂଗ୍ରେସ କହିଛି AICC ସଭାପତି ଟିକେଟ ଦେବେ । ସତ୍ୟଭୂଷଣ ସାହୁ ପୂର୍ବରୁ ପାର୍ଟି ବିଧାୟକ ଥିଲେ ଏହାସହ ମୁଖ୍ୟ ସଚେତକ ଥିଲେ ତେଣୁ କଂଗ୍ରେସ ସେଠାରେ ଭଲ କରିବ । ବିଚାର ହାଇକାମଣ୍ଡ କରିବେ । କିନ୍ତୁ ସତ୍ୟଭୂଷଣ ସାହୁ ଅଛନ୍ତି ତେଣୁ କଂଗ୍ରେସ ଦଳ ଭଲ କରିବ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତ ରାୟ । ଇଟିଭି ଭାରତ, ଭୁବନେଶ୍ବର
Last Updated : Feb 3, 2023, 8:31 PM IST

ABOUT THE AUTHOR

...view details