ଓଡିଶା

odisha

ଚୌଦ୍ୱାର ବିଜେଡିରେ ଦ୍ବନ୍ଦ

ଚୌଦ୍ବାର ବିଜେଡିରେ ଦ୍ବନ୍ଦ୍ବ, ବନ୍ଧୁମିଳନ ଆଳରେ ଟିକେଟ୍ ଆଶାୟୀଙ୍କ ଶକ୍ତି ପ୍ରଦର୍ଶନ

By ETV Bharat Odisha Team

Published : Jan 10, 2024, 6:22 PM IST

Published : Jan 10, 2024, 6:22 PM IST

BJD Ticket Aspirant For Choudwar Assembly Constituency:କଟକ: ସାଧାରଣ ନିର୍ବାଚନ ପୂର୍ବରୁ କଟକ ଚୌଦ୍ବାର ନିର୍ବାଚନ ମଣ୍ଡଳୀରେ ବିଜେଡି ଦୁଇ ଫାଳ ! ଆସନ୍ତା ନିର୍ବାଚନରେ ବିଜେଡିରୁ ଟିକେଟ ଆଶାୟୀ ଥିବା ରୂପାଲି ଲେଙ୍କା ଆଜି ନିଜ ସମର୍ଥକଙ୍କୁ ନେଇ ପଦଯାତ୍ରା କରି ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ମାଲଗୋଦାମ ଥାନା ନିକଟରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ନିଜର ଶତାଧିକ ସମର୍ଥକଙ୍କ ସହ ବିଜେଡି ପତାକା ଧରି କଟକ ଚୌଦ୍ବାର ନିର୍ବାଚନ ମଣ୍ଡଳୀରେ ପଦଯାତ୍ର କରିଛନ୍ତି ।

ରୂପାଲି କହିଛନ୍ତି, "ଆଗାମୀ ନିର୍ବାଚନ ପାଇଁ ମୁଁ ଲଢ଼ିବା ପାଇଁ ପ୍ରସ୍ତୁତ ଅଛି ।  ଆଶା ଅଛି ବିଜେଡି ଟିକେଟରୁ ଲଢ଼ିବି ।"  ବିଗତ ମହାନଗର ନିଗମ ନିର୍ବାଚନ ସମୟରେ ବିଜେଡିରୁ ଟିକେଟ ନପାଇବାରୁ ସ୍ବାଧୀନ ପ୍ରାର୍ଥୀ ଭାବରେ ଲଢ଼ିଥିଲେ ରୂପାଲି । ଏହାସହ ଦୀର୍ଘ ଦିନ ଧରି ସମାଜ ସେବା କରି ଅନେକ ପରିଚୟ ହାସଲ କରିଛନ୍ତି ରୂପାଲି । ନିର୍ବାଚନ ବିଗୁଲ ବାଜିବା ପାଇଁ ଆଉ କିଛି ଦିନ ବାକି ଥିଲା ବେଳେ ଏହା ପୂର୍ବରୁ କଟକର ପ୍ରମୁଖ ଚୌଦ୍ବାର ନିର୍ବାଚନ ମଣ୍ଡଳୀର ବିଜେଡିରେ ଏକ ପ୍ରକାର ଦ୍ବନ୍ଦ୍ବ ପରିଲକ୍ଷିତ ହୋଇଛି । ବର୍ତ୍ତମାନ ସୌଭିକ ବିଶ୍ଵାଳ ବିଜେଡି ବିଧାୟକ ରହିଥିବା ବେଳେ ପୂର୍ବରୁ ତାଙ୍କ ବାପା ପ୍ରଭାତ ବିଶ୍ବାଳ ବିଧାୟକ ଥିଲେ । ହେଲେ ବର୍ତ୍ତମାନ ବିଶ୍ବାଳ ପରିବାର ପାଇଁ କଣ୍ଟା ହୋଇଛନ୍ତି ରୂପଲି ଲେଙ୍କା । ରୁପାଲୀଙ୍କ ଶକ୍ତି ପ୍ରଦର୍ଶନ ପରେ,  ବିଧାୟକ ସୌଭିକ୍ ଏବଂ ବିଜେଡି ନେତା ପ୍ରଭାତ ବିଶ୍ବାଳଙ୍କ ପରବର୍ତ୍ତୀ କାର୍ଯ୍ୟପନ୍ଥା ଉପରେ ରହିଛି ନଜର । 

ଏହା ମଧ୍ୟ ପଢ଼ନ୍ତୁ.....ତୃତୀୟ ପିଢ଼ି ଦଳକୁ ମଜଭୁତ କରିବାରେ ବେଶ ସକ୍ଷମ: ଭର୍ତ୍ତୃହରି ମହତାବ

ଇଟିଭି ଭାରତ, କଟକ

ABOUT THE AUTHOR

...view details