ଓଡିଶା

odisha

NDA ପାଇଁ ଇଣ୍ଡିଆ ମେଣ୍ଟ ବିରୋଧରେ ଲଢିଲା BJD !

ETV Bharat / videos

LokSabha: NDA ପାଇଁ ଇଣ୍ଡିଆ ମେଣ୍ଟ ବିରୋଧରେ ଲଢିଲା BJD !

By

Published : Aug 1, 2023, 5:37 PM IST

ନୂଆଦିଲ୍ଲୀ:ଲୋକସଭାରେ ଏନଡିଏ ପାଇଁ ବିରୋଧୀ ଇଣ୍ଡିଆ (ମେଣ୍ଟ) ସହ ଲଢିଲା  ବିଜେଡି । ବିରୋଧୀ ସାଂସଦଙ୍କୁ  ଆଇନ ଓ ସମ୍ବିଧାନର ପାଠ ପଢାଇଲେ ବିଜେଡି ଲୋକସଭା ସଂସଦୀୟ ନେତା ପିନାକୀ ମିଶ୍ର । ଆଜି ଲୋକସଭାରେ ଆଗତ ହୋଇଛି  ଦିଲ୍ଲୀ ଅଧ୍ୟାଦେଶ ବିଲ । ବିଲ ଆଗତ କରିଛନ୍ତି ଗୃହରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ । ବିଲ ଗ୍ରହଣ ହେବ କି ନାହିଁ ସେନେଇ ବାଚସ୍ପତି ବିଭିନ୍ନ  ଦଳର ସଂସଦୀୟ ନେତାଙ୍କ ମତାମତ ଲୋଡିଥିଲେ । ବିଜେଡି ପକ୍ଷରୁ ବିଲ ଗ୍ରହଣ ସପକ୍ଷରେ ମତ ଦେଇଥିଲେ ସାଂସଦ ପିନାକୀ ମିଶ୍ର । 

ପିନାକୀ କହିଥିଲେ ବିଲ ସମ୍ପର୍କରେ  ଆଲୋଚନା କରିବା, ବିତର୍କ କରିବା ଅଧିକାର ବିରୋଧୀଙ୍କ ପାଖେ ଅଛି । କିନ୍ତୁ ବିଲ ଆଗତ ବେଳେ ଯେଉଁ ହଟ୍ଟଗୋଳ ସୃଷ୍ଟି କରି ବିଲ ବିରୋଧରେ ମତ ଦେଉଛନ୍ତି ତାହା ଗ୍ରହଣୀୟ ନୁହେଁ । ବିଲକୁ ନେଇ ବିତର୍କ ବେଳେ ବିରୋଧୀ ସାଂସଦ ମାନେ ବିତର୍କ କରିବା ସହ ସରକାରଙ୍କ ଠାରୁ ଜବାବ ମାଗିପାରିବେ । ଏହାସହ ବିଲ ବିପକ୍ଷରେ ମଧ୍ୟ ଭୋଟ ଦେଇପାରିବେ । କିନ୍ତୁ ବିତର୍କ ପୂର୍ବରୁ ହଟ୍ଟଗୋଳ କରିବା ନିୟମର ଉଲ୍ଲଙ୍ଘନ । ମଣିପୁର ପ୍ରସଙ୍ଗରେ ବିରୋଧୀ ସାଂସଦ ପ୍ରତିବାଦ କରୁଥିବାରୁ ପିନାକୀ କହିଥିଲେ ଏହି ପ୍ରସଙ୍ଗ ଏବେ ସୁପ୍ରିମକୋର୍ଟଙ୍କ ବିଚାରଧୀନ ରହିଛି ।  

ଏହାବି ପଢନ୍ତୁ-  ହ୍ୱିପ୍ ଜାରି କଲେ ନବୀନ; ଦିଲ୍ଲୀ ଅଧ୍ୟାଦେଶ ବିଲକୁ ସମର୍ଥନ ଓ ଅନାସ୍ଥାକୁ ବିରୋଧ କରିବ BJD

ABOUT THE AUTHOR

...view details