ଓଡିଶା

odisha

ଦୀପାଳିଙ୍କ ପାଇଁ ଭୋଟ ମାଗୁଛନ୍ତି ହେଭିୱେଟ୍‌

By

Published : May 4, 2023, 1:16 AM IST

ETV Bharat / videos

Jharsuguda By Poll: କମ୍ପୁଛି ପ୍ରଚାର ମୈଦାନ, ଦୀପାଳିଙ୍କ ପାଇଁ ଭୋଟ ମାଗୁଛନ୍ତି ହେଭିୱେଟ୍‌

ଝାରସୁଗୁଡ଼ା:ଉପନିର୍ବାଚନ ପାଇଁ କମ୍ପୁଛି ପ୍ରଚାର ମୈଦାନ । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଦଳ ନିଜ ନିଜ ରଣକୌଶଳ ଆପଣାଉଛନ୍ତି । ପ୍ରମୁଖ ରାଜନୈତିକ ଦଳ ଗୁଡ଼ିକର ହେଭିୱେଟ ନେତାମାନେ ମଧ୍ୟ ଡେରା ପକାଇଛନ୍ତି । ଆଜି ବିଜେଡି ପ୍ରାର୍ଥିନୀ ଦୀପାଳି ଦାସ କିର୍ମିରା ବ୍ଲକର ଭିମଜୋର ଏବଂ ଝାରମୁଣ୍ଡା ପଞ୍ଚାୟତର ବିଭିନ୍ନ ଗାଁରେ ରୋଡ଼ ସୋ' କରିବା ସହିତ ସାଧାରଣ ସଭା ମଧ୍ୟ କରିଥିଲେ । 

ତେବେ ଦୀପାଳିଙ୍କ ସହିତ ମନ୍ତ୍ରୀ ଟୁକୁନୀ ସାହୁ, ବିଜେଡି ନେତ୍ରୀ ଚିନ୍ମୟୀ ମିଶ୍ର, ବିଧାୟିକା ବର୍ଷା ସିଂହ ବରିହା ମଧ୍ୟ ପ୍ରଚାର କରିଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କ ଉନ୍ନତୀମୂଳକ କାର୍ଯ୍ୟ ଓ ବାପାଙ୍କ ସ୍ବପ୍ନକୁ ନେଇ ଯୁବବର୍ଗ ବିଜେଡି ଦଳକୁ ଭଲ ପାଉଛନ୍ତି ଏବଂ ମୁଁ ଜିତିଲେ ତାଙ୍କ ପାଇଁ ଆହୁରି କାମ କରିପାରିବି ବୋଲି ଦିପାଳୀ ଦାସ କହିଛନ୍ତି । ସେପଟେ ବିଜୁ ଜନତା ଦଳରେ ଆଜି ଶତାଧିକ ଯୁବକ ଯୁବତୀ ଯୋଗ ଦେଇଛନ୍ତି ।

ଇଟିଭି ଭାରତ, ଝାରସୁଗୁଡ଼ା

ABOUT THE AUTHOR

...view details