ଓଡିଶା

odisha

ଲ୍ୟାଣ୍ଡଫଲ ପୂର୍ବରୁ ପ୍ରଭାବ

ETV Bharat / videos

ମାଡି ଆସୁଛି 'ବିପର୍ଯ୍ୟୟ', ଲ୍ୟାଣ୍ଡଫଲ ପୂର୍ବରୁ ଦେଖା ଦେଲାଣି ପ୍ରଭାବ - ଗୁଜରାଟ ଉପକୂଳ ଛୁଇଁବ ବିପର୍ଯ୍ୟୟ

By

Published : Jun 15, 2023, 5:11 PM IST

ଅହମଦାବାଦ:ଗୁଜରାଟ ଉପକୂଳ ଛୁଇଁବା ପୂର୍ବରୁ ବାତ୍ୟା 'ବିପର୍ଯ୍ୟୟ'ର ପ୍ରଭାବ ଦେଖିବାକୁ ମିଳିଛି । ଉତ୍ତର ପୂର୍ବ ଆରବ ସାଗରରେ ଏହା ଭୀଷଣ ବାତ୍ୟାର ରୂପ ନେଇ ସାରିଛି । ଆଜି ସନ୍ଧ୍ୟାରେ କଚ୍ଛ ଓ ସୌରାଷ୍ଟ୍ର ନିକଟରେ ଥିବା ଜଖୌ ବନ୍ଦରରେ 'ବିପର୍ଯ୍ୟୟ' ଲ୍ୟାଣ୍ଡଫଲ କରିବା ନେଇ ଆକଳନ କରାଯାଇଥିବା ସୂଚନା ଦେଇଛି ପାଣିପାଗ କେନ୍ଦ୍ର ।  

ତେବେ କଚ୍ଛ ଜିଲ୍ଲାର ପାର୍ଶ୍ବବର୍ତ୍ତୀ ଜିଲ୍ଲା ଗୁଡିକରେ ବାତ୍ୟାର ପ୍ରଭାବ ଦେଖିବାକୁ ମିଳିବ । ପବନର ବେଗ ଘଣ୍ଟା ପ୍ରତି 115ରୁ 125 କିଲୋମିଟର ରହିବାର ଆଶଙ୍କା କରାଯାଉଛି ।  ପୋରବନ୍ଦର, ଜାମନଗର, ରାଜକୋଟ ଏବଂ ଦ୍ବାରକା ଆଦି ଅନେକ ସ୍ଥାନରେ ଭୀଷଣ ପ୍ରଭାବ ପଡ଼ିବ । ବର୍ତ୍ତମାନ ସମୁଦ୍ର ଅତ୍ୟନ୍ତ ଅଶାନ୍ତ ରହିଥିବା ଜଣା ପଡିଛି ।

ସନ୍ଧ୍ୟା 6ଟାରୁ ରାତି 10ଟା ଯାଏଁ ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଚାଲିବାର ସମ୍ଭାବନା ରହିଛି । ବାତ୍ୟା ମୁକାବିଲା ପାଇଁ 3 ସେନା ସମେତ କୋଷ୍ଟକାର୍ଡ ମଧ୍ୟ ସଜାଗ ରହିଛନ୍ତି । ପଶ୍ଚିମତଟ ରେଳବାଇ ପକ୍ଷରୁ 76ଟି ଟ୍ରେନ ବାତିଲ କରାଯାଇଛି । 

ABOUT THE AUTHOR

...view details