ଓଡିଶା

odisha

ଶେଷ ହେଲା ରାଜ୍ୟସ୍ତରୀୟ ଭଲି ବଲ୍‌ ଟୁର୍ଣ୍ଣାମେଣ୍ଟ୍‌

ETV Bharat / videos

ଶେଷ ହେଲା ରାଜ୍ୟସ୍ତରୀୟ ଭଲିବଲ୍‌ ଟୁର୍ଣ୍ଣାମେଣ୍ଟ୍‌, ସମ୍ବଲପୁରକୁ ହରାଇ KIIT ଚମ୍ପିଆନ୍‌ - କନ୍ଧମାଳ ରାଜ୍ୟସ୍ତରୀୟ ଭଲି ବଲ ଟୁର୍ଣ୍ଣାମେଣ୍ଟ

By ETV Bharat Odisha Team

Published : Dec 10, 2023, 9:01 PM IST

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଗତ ୭ ତାରିଖରୁ ଆରମ୍ଭ ହୋଇଥିବା ରାଜ୍ୟସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍‌ଯାପିତ ହୋଇଛି । ଫୁଲବାଣୀ କରୋନେସନ୍‌ ପଡ଼ିଆରେ ଫାଇନାଲ୍‌ ମ୍ୟାଚ ଖେଳାଯାଇଥିବା ବେଳେ ୩-୦ ସେଟ୍‌ରେ ସମ୍ବଲପୁରକୁ ହରାଇ ଭୁବନେଶ୍ବର KIIT ଟିମ୍‌ ଚମ୍ପିଆନ୍‌ ହୋଇଛି । ତୃତୀୟ ସ୍ଥାନ ପାଇଁ ଖେଳାଯାଇଥିବା ମ୍ୟାଚ୍‌ରେ ବାଲେଶ୍ବରକୁ ୩-୨ ସେଟ୍‌ରେ ହରାଇ ମୟୂରଭଞ୍ଜ ବିଜୟୀ ହୋଇଛି । ଚମ୍ପିଆନ୍‌ KIIT ଟିମ୍‌କୁ ଟ୍ରଫି ସହ ନଗଦ ୩୦ ହଜାର ଟଙ୍କା ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଥିବା ବେଳେ ରନର୍ସ ଅପ୍ ସମ୍ବଲପୁର ଟିମ୍‌କୁ ଟ୍ରଫି ସହ ୨୦ ହଜାର ଟଙ୍କା ଏବଂ ସେକେଣ୍ଡ ରନର୍ସ ଅପ୍‌ ତୃତୀୟ ଟିମ୍‌ ମୟୂରଭଞ୍ଜକୁ ଟ୍ରଫି ସହ ୧୫ ହାଜର ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା ।

ଉଦ୍‌ଯାପନୀ ମ୍ୟାଚ୍‌ରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲ, ଓଡିଶା ଭଲି ବଲ୍‌ ଆସୋସିଏସନ୍‌ର କାର୍ଯ୍ୟକାରୀ ସଭାପତି କମଳାକାନ୍ତ ପାଣ୍ଡେ, ଜିଲ୍ଲା କ୍ରୀଡ଼ା ସଙ୍ଘ ସମ୍ପାଦକ ଶିବ ପ୍ରସାଦ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ଖେଳାଳିମାନଙ୍କୁ ପୁରସ୍କୃତ କରିଥିଲେ । ଏଭଳି ରାଜ୍ୟସ୍ତରୀୟ ଟୁର୍ଣ୍ଣାମେଣ୍ଟ ଜିଲ୍ଲାରେ ଥିବା ଭଲି ବଲ୍‌ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହ ଖେଳାଳିଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି କରିବାରେ ସହାୟତା କରିପାରିବ ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରୁ ହିଁ ରାଜ୍ୟ ଟିମ୍‌ ଚୟନ କରାଯିବ ବୋଲି ଜିଲ୍ଲା କ୍ରୀଡ଼ାସଂଘ ସମ୍ପାଦକ ଶିବ ପ୍ରସାଦ ତ୍ରିପାଠୀ କହିଛନ୍ତି । ତେବେ ଏହି ପ୍ରତିଯୋଗିତାରେ ରାଜ୍ୟର ୩୦ ଜିଲ୍ଲାରୁ ୩୧ ଟିମ୍‌ ଭାଗ ନେଇଥିଲେ । ଜିଲ୍ଲାର ଫୁଲବାଣୀ, ରାଇକିଆ ଓ ବାଲିଗୁଡ଼ାରେ ଏହି ଟୁର୍ଣ୍ଣାମେଣ୍ଟର ବିଭିନ୍ନ ମ୍ୟାଚ୍‌ ଗୁଡ଼ିକ ଖେଳାଯାଇଥିଲା ।

ଇଟିଭି ଭାରତ, କନ୍ଧମାଳ

ABOUT THE AUTHOR

...view details