ଓଡିଶା

odisha

ଆଲୋକମାଳାରେ ଝଲସିଲା ରାଜଧାନୀ

ETV Bharat / videos

Foundation Day of Bhubaneswar: ଚିକମିକ୍‌ ଆଲୁଅରେ ଝଲସୁଛି ରାଜଧାନୀ

By

Published : Apr 14, 2023, 10:48 AM IST

ଭୁବନେଶ୍ବର:75 ବର୍ଷ ପ୍ରତିଷ୍ଠା ଦିବସରେ ପ୍ଳାଟିନମ ଜୁବଲୀ ପାଳିଲା ରାଜଧାନୀ ଭୁବନେଶ୍ବର । ଲମ୍ବା ଯାତ୍ରାକୁ ନେଇ ପ୍ରତିଷ୍ଠା ଦିବସ ପାଳିଛି ଭୁବନେଶ୍ବର । ଭୁବନେଶ୍ୱର ମହାନଗର ନିଗମ ଓ ଭୁବନେଶ୍ୱର ପ୍ରତିଷ୍ଠା ଦିବସ ପାଳନ କମିଟି ପକ୍ଷରୁ ସମାରୋହ ହୋଇଛି । ବାଚସ୍ପତି ବିକ୍ରମ କେଶରୀ ଆରୁଖ ପତାକା ଉତ୍ତୋଳନ କରି ପ୍ରତିଷ୍ଠା ଦିବସର ଉଦଘାଟନ କରିଥିଲେ । ତେବେ ଏହି ଅବସରରେ ଚିକ୍‌ମିକ୍‌ ଆଲୁଅରେ ସଜେଇ ହୋଇଥିଲା ରାଜଧାନୀ ରାସ୍ତା । ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଆଲୋକମାଳାରେ ସଜେଇ ହୋଇଥିବା ବେଳେ ରାସ୍ତାଘାଟରେ ମଧ୍ୟ ରଙ୍ଗାରଙ୍ଗ ଲାଇଟ ଲଗାଯାଇଥିଲା । ସଚିବାଳୟ ଠାରୁ ଆରମ୍ଭ କରି ବିଧାନ ସୌଧ ପର୍ଯ୍ୟନ୍ତ, ଏପଟେ ବିଡିଏରୁ ଆରମ୍ଭ କରି ବିଏମସି ସବୁଠି ନାଲି ନେଳି ଆଲୁଅର ଝଲକ ଦେଖିବାକୁ ମିଲିଥିଲା । ଏହି ଆଲୋକ ମାଳର ମଜା ଉଠାଇବା ସହ ପରିବାର ସହ ଆସି ବୁଲି ସେଲ୍ଫି ନେଇଥିଲେ ରାଜଧାନୀବାସୀ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details