ଓଡିଶା

odisha

Independence Day2023

ETV Bharat / videos

Independence Day2023: ସ୍ବାଧୀନତାର ଅବ୍ୟବହିତ ପୂର୍ବରୁ ସଜେଇ ହୋଇଛି ଭୁବନେଶ୍ବର

By

Published : Aug 14, 2023, 10:17 PM IST

ଭୁବନେଶ୍ବର: 77 ତମ ସ୍ବାଧୀନତା ଅବ୍ୟବହିତ ପୂର୍ବରୁ ରଙ୍ଗ ବେରଙ୍ଗର ଆଲୋକ ମାଳାରେ ସଜେଇ ରାଜଧାନୀ ଭୁବନେଶ୍ବର । ଲୋକସେବା ଭବନ, ବିଧାନସଭା, ଗାନ୍ଧୀମାର୍ଗ ରେଳ ସଦନ, ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ, ପୋଲିସ ସେବା ଭବନ ସମେତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟ ଗୁଡିର ରଙ୍ଗୀନ ଆଲୋକ ମାଳାରେ ରଙ୍ଗାୟିତ ହୋଇଛି । 

ଆସନ୍ତାକାଲି ଦେଶ ପାଳିବ 77 ତମ ସ୍ବାଧୀନତା ଦିବସ । ଲାଲ କିଲ୍ଲାରୁ ଦେଶକୁ ଦଶମ ଥର ପାଇଁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସ୍ବାଧୀନତା ଦିବସ ପାଳନ ପାଇଁ ସାରା ଦେଶରେ ବ୍ୟାପକ ବ୍ୟବସ୍ଥା  ହୋଇଛି । କାଶ୍ମୀର ଠାରୁ କନ୍ୟାକୁମାରୀ କଚ୍ଛରୁ କୋହିମା ଯାଏଁ ସବୁଠି ଆଜି ଦିନ ସାରା ଚାଲିଥିଲା ତ୍ରିରଙ୍ଗା ଯାତ୍ରା । ସେପଟେ ସ୍ବାଧୀନତା ଅବ୍ୟବହିତ ସଂଧ୍ୟାରେ ରାଷ୍ଟ୍ରକୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ହେବା ପରେ ଆଜି ଦ୍ବିତୀୟ ଥର ପାଇଁ ରାଷ୍ଟ୍ରକୁ ସମ୍ବୋଧିତ କରିଛନ୍ତି  ରାଷ୍ଟ୍ରପତି ।  

ABOUT THE AUTHOR

...view details