ଓଡିଶା

odisha

ବୁଢୀ ଠାକୁରାଣୀ ଯାତ୍ରାରେ ପ୍ରଭୁ ଯୀଶୁଙ୍କ କୁଶବିଦ୍ଧ ଶୋଭାଯାତ୍ରା

By

Published : May 1, 2023, 9:03 PM IST

ETV Bharat / videos

ବୁଢୀ ଠାକୁରାଣୀ ଯାତ୍ରାରେ ଭାଇଚାରା ଦୃଶ୍ୟ, ମନମୋହିଲା ପ୍ରଭୁ ଯୀଶୁଙ୍କ କୁଶବିଦ୍ଧ ଶୋଭାଯାତ୍ରା

ବ୍ରହ୍ମପୁର: ବ୍ରହ୍ମପୁରର ପ୍ରସିଦ୍ଧ ମା' ବୁଢୀ ଠାକୁରାଣୀ ଯାତ୍ରା ଆଜି ମଧ୍ୟରାତ୍ରରେ ଉଦ୍‌ଯାପିତ ହେବ । ସେପଟେ ଏହାକୁ ନେଇ ପ୍ରତିଦିନ ଭଳିକି ଭଳି ବେଶ ପରମ୍ପରା ଏହି ଯାତ୍ରାକୁ ଅଧିକ ଆକର୍ଷଣୀୟ କରୁଥିବା ବେଳେ ଶେଷ ଦିନରେ ସହରର ସାନବଜାର ନିକଟସ୍ଥ କପିଳେଶ୍ବର ମହାଦେବ ମନ୍ଦିର ନିକଟରୁ ପ୍ରଭୁ ଯୀଶୁଙ୍କ କୁଶବିଦ୍ଧ ଶୋଭାଯାତ୍ରା ସହର ପରିକ୍ରମା କରି ସମସ୍ତଙ୍କ ମନ ମୋହିଥିଲା ।

ଭାଇଚାରାର ସହର ବ୍ରହ୍ମପୁରରେ ପ୍ରତି ଦୁଇ ବର୍ଷକୁ ଥରେ ଆୟୋଜିତ ହେଉଥିବା ମା' ବୁଢୀ ଠାକୁରାଣୀଙ୍କୁ ଯାତ୍ରା ସମୟରେ ଦର୍ଶନ କରିବା ପାଇଁ ଭକ୍ତଙ୍କ ଭିଡ ଜମୁଥିବା ବେଳେ ଚଳିତବର୍ଷ ଯାତ୍ରାରେ ସାହିବାସିନ୍ଦାଙ୍କ ପକ୍ଷରୁ ଭାଇଚାରା ମଧ୍ୟରେ ଏଭଳି ବେଶରେ ସଜ୍ଜିତ ହୋଇ ସମସ୍ତଙ୍କର ମନ ମୋହିଥିଲେ । ନିଜର ଶୋଭାଯାତ୍ରାରେ ବୁଢୀ ଠାକୁରାଣୀଙ୍କ ଭଜନ ବଜାଇ ପ୍ରଭୁ ଯୀଶୁଙ୍କ କୁଶବିଦ୍ଧ ସମୟର ଦୃଶ୍ୟକୁ ଏଥିରେ ପରିବେଷଣ କରିଥିଲେ । ସମସ୍ତେ ମା'ଙ୍କ ଯାତ୍ରା ସମୟରେ ଆସି ମା'ଙ୍କୁ ଦର୍ଶନ କରି କରୁଣା ଲାଭ କରିବା ପାଇଁ ଏହି ଅବସରରେ ଆହ୍ବାନ କରିବା ସହିତ ମା' ସମସ୍ତଙ୍କୁ ଆଶିଷ ଦିଅନ୍ତୁ, ଏହି ବାର୍ତ୍ତା ପ୍ରଦାନ କରୁଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details