ଓଡିଶା

odisha

E auto Rickshaw

By

Published : Jun 15, 2023, 8:14 PM IST

ETV Bharat / videos

ITI ଛାତ୍ର ଆଣିଲେ ଇ-ରିକ୍ସା; ଥରେ ଚାର୍ଜ କଲେ ଗଡିବ 50KM, ବୁଲା ବିକାଳି ନେଇପାରିବେ 300KG ସାମଗ୍ରୀ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଆଇଟିଆଇ ବିଦ୍ୟାର୍ଥୀ ନିର୍ମାଣ କଲେ ଇ-ଟ୍ରଲି ରିକ୍ସା । ଯାହା ମହିଳା ଛୋଟ ବ୍ୟବସାୟୀଙ୍କୁ କରିବ ସହାୟତା । ବ୍ରହ୍ମପୁରର ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନର ବିଦ୍ୟାର୍ଥୀମାନେ ପ୍ରଥମ ଥର ପାଇଁ ଏପରି ଇ-ଟ୍ରଲି ରିକ୍ସା ପ୍ରସ୍ତୁତ କରି ପ୍ରଶାସନକୁ ହସ୍ତାନ୍ତର କରିଛନ୍ତି । ଯାହାକି ଆଇଟିଆଇ ବିଦ୍ୟାର୍ଥୀଙ୍କର ସଫଳତାରେ ଅନ୍ୟ ଏକ ଫର୍ଦ୍ଦ ଯୋଡି ହୋଇଛି । ବହୁ କମ ଦରରେ ମାତ୍ର ୩୦ ହଜାର ଟଙ୍କା ଖର୍ଚ୍ଚରେ ଏପରି ଇ-ଟ୍ରଲି ରିକ୍ସାକୁ ବିଦ୍ୟାର୍ଥୀମାନେ ପ୍ରସ୍ତୁତ କରିଛନ୍ତି ।  

ଏହି ଇ-ରିକ୍ସା ମାତ୍ର ୫ରୁ ୬ ଘଣ୍ଟା ଚାର୍ଜ କରି ପ୍ରାୟ ୫୦ କିଲୋମିଟର ପର୍ଯ୍ୟନ୍ତ ଏହି ଇ-ଟ୍ରଲି ୩୦୦ କିଲୋଗ୍ରାମ ଓଜନର ପରିବହନ କରିପାରିବ ବୋଲି ଏହାକୁ ପ୍ରସ୍ତୁତ କରିଥିବା ବିଦ୍ୟାର୍ଥୀ ଏବଂ‌ ଏହାର ପ୍ରଶିକ୍ଷକ ସୂଚନା ଦେଇଛନ୍ତି । ମୁଖ୍ୟତଃ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ଗଞ୍ଜାମ ଜିଲ୍ଲା ପରିଷଦର ସହଯୋଗରେ ଆଇଟିଆଇ ପକ୍ଷରୁ ଏହି ଇ-ଟ୍ରଲି ପ୍ରସ୍ତୁତ କରାଯାଇଥିବା ବେଳେ ପ୍ରଶାସନ ଯଦି ଆହୁରି ଅଧିକ ପରିମାଣରେ ଚାହିଁଲେ ତାହାକୁ ମଧ୍ୟ ବିଦ୍ୟାର୍ଥୀମାନେ ପ୍ରସ୍ତୁତ କରି ପ୍ରଦାନ କରିବେ ବୋଲି କହିଛନ୍ତି ଶିକ୍ଷାର୍ଥୀ ଓ ପ୍ରଶିକ୍ଷକ ।  

ମୁଖ୍ୟତଃ ଏହି ଇ-ଟ୍ରଲି ରିକ୍ସାରେ ମହିଳା ଉଦ୍ୟୋଗୀମାନେ ଅତି ସହଜରେ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ପନିପରିବାଠାରୁ ଆରମ୍ଭ କରି ବିଭିନ୍ନ ସାମଗ୍ରୀ ବିକ୍ରି କରିବାରେ ଏହା ଅନେକ ସହାୟକ ହୋଇପାରିବ ବୋଲି ଆଶା କରାଯାଉଛି । ଏହି ଅବସରରେ ବ୍ରହ୍ମପୁର ମହାନଗର ନିଗମର ଡେପୁଟି କମିଶନର ଆର୍ଶୀବାଦ ପରିଡ଼ାଙ୍କ ଉପସ୍ଥିତିରେ ବିଦ୍ୟାର୍ଥୀମାନେ ପ୍ରସ୍ତୁତ କରିଥିବା ଏହି ଇ-ଟ୍ରଲିର ବ୍ୟବହାର ସମ୍ପର୍କରେ ସୂଚନା ଦେଇଥିଲେ । ମୁଖ୍ୟତଃ ଏହି ଇ-ଟ୍ରଲି ବ୍ୟବହାର କରିବା ପାଇଁ ବ୍ରହ୍ମପୁର ସରକାରୀ ଆଇଟିଆଇ ଶିକ୍ଷାନୁଷ୍ଠାନର ଇଲେକ୍ରିସିଆନ, ୱେଲଡର ଓ ପେଣ୍ଟର ବିଭାଗର ବିଦ୍ୟାର୍ଥୀମାନେ ଏହାକୁ ୧ମାସ ମଧ୍ୟରେ ପ୍ରସ୍ତୁତ କରିଥିଲେ ।  

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details