Chandrayaan-3: ଇଞ୍ଜିନିୟରିଂ ଛାତ୍ରଙ୍କ ଚକରେ ଚନ୍ଦ୍ରଯାନ-୩ର କ୍ଷୁଦ୍ରାକୃତି - କ୍ଷୁଦ୍ରାକୃତି
ବ୍ରହ୍ମପୁର: ସାରା ଦେଶରେ ଚନ୍ଦ୍ରଯାନ-୩ର ସଫଳ ଉତକ୍ଷେପଣ ପରେ ଏହାକୁ ନେଇ ସବୁଠି ଚର୍ଚ୍ଚା । ଏହି ଖୁସିର ମୁହୂର୍ତ୍ତକୁ ଭିନ୍ନ ଭିନ୍ନ ଢଙ୍ଗରେ ସେଲିବ୍ରେଟ କରୁଛନ୍ତି ଦେଶବାସୀ । ଏହାରି ମଧ୍ୟରେ ବ୍ରହ୍ମପୁର ସହର ଉପକଣ୍ଠର ଶୀତଳାପଲ୍ଲୀ ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟର ଇଞ୍ଜିନିୟରିଂ ଛାତ୍ର ବିଜୟ କୁମାର ରେଡ୍ଡି ଚକରେ ଚନ୍ଦ୍ରଯାନ-୩ର କ୍ଷୁଦ୍ରାକୃତି ତିଆରି କରିଛନ୍ତି । ଚକରେ ସେ ୧.୫ ସେମିର କଳାକୃତି ପ୍ରସ୍ତୁତ କରିବା ସହ ଏହାରି ମାଧ୍ୟମରେ ଚନ୍ଦ୍ରଯାନ-୩ ସଫଳତାର ସହ ଲ୍ୟାଣ୍ଡ କରିବା ପାଇଁ ପ୍ରାର୍ଥନା କରିଛନ୍ତି ।
ବିଜୟ ଇଞ୍ଜିନିୟରିଂ ପାଠପଢ଼ା ସହିତ ଚକଖଡିରେ ବିଭିନ୍ନ କ୍ଷୁଦ୍ର କଳାକୃତି କରି ଅନେକ ଥର ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ଏହାସହ ଏସିଆ ଏବଂ ଇଣ୍ଡିଆ ବୁକ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି । ସୂଚନା ଅନୁଯାୟୀ ଇତିହାସ ସୃଷ୍ଟି କରିବା ଲକ୍ଷ୍ୟ ନେଇ ଯାତ୍ରା ଆରମ୍ଭ କରିଛି ଭାରତର ମୁନ ମିଶନ ଚନ୍ଦ୍ରଯାନ-3 । ଚନ୍ଦ୍ର ଅଭିମୁଖେ ଐତିହାସିକ ଯାତ୍ରା ଜାରି ରଖିଛି ଚନ୍ଦ୍ରଯାନ-୩ । ଏହା ଆସନ୍ତା ୪0 ଦିନ ପରେ ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ।
ଇଟିଭି ଭାରତ, ବ୍ରହ୍ମପୁର