ଓଡିଶା

odisha

ଦଶହରା ପର୍ବର ଆଜି ହେଉଛି ପବିତ୍ର ଷଷ୍ଠୀ

ETV Bharat / videos

ସିଲଭର ସିଟିରେ ମା’ଙ୍କ ବେଲବରଣୀ, ବେଲ ବୃକ୍ଷରୁ ଡାଳ ଆଣି ମା’ଙ୍କୁ ମଣ୍ଡପକୁ କରାଗଲା ଆବାହନ - ବେଲ ବୃକ୍ଷରୁ ଡାଳ ଆଣି ମା‘ଙ୍କୁ ମଣ୍ଡପକୁ କରାଗଲା ଆବାହନ

By ETV Bharat Odisha Team

Published : Oct 20, 2023, 10:27 PM IST

କଟକ:ଦଶହରା ପର୍ବର ଆଜି ହେଉଛି ପବିତ୍ର ଷଷ୍ଠୀ । ଏହି ଦିନ ମା’ଙ୍କୁ ଆବାହନ କରାଯାଏ । ଏହି ଅବସରରେ ସମସ୍ତ ପୂଜା ମଣ୍ଡପରେ ଆଜି ବେଲବରଣୀ କରି ମା’ଙ୍କୁ ଆମନ୍ତ୍ରଣ କରାଯାଇଛି । ବାଜା ବଜାଇ ମଣ୍ଡପ ନିକଟରୁ ପୂଜା ସାମଗ୍ରୀ ନେଇ ବେଲ ବୃକ୍ଷ ନିକଟକୁ ଯାଇଥାନ୍ତି ପୂଜକ ଓ ମଣ୍ଡପ କର୍ମକର୍ତ୍ତା । ସେଠାରେ ବେଲ ବୃକ୍ଷକୁ ପୂଜା କରାଯିବାର ପରମ୍ପରା ରହିଛି । ବେଲ ବୃକ୍ଷ ନିକଟରେ ବିଭିନ୍ନ ରୀତିନୀତିରେ ପ୍ରଥମ ପୂଜା କରାଯାଇଥାଏ । ତେବେ ଏହି ଅବସରରେ ଯୁଗ୍ମ ବେଲର ପୂଜା କରାଯାଇଥାଏ । 

ତେବେ କାହିଁକି ଯୁଗ୍ମ ବେଲ ପୂଜା କରାଯାଏ ? କଣ ଏହାର ପରମ୍ପରା ?

ପୂଜକ ହିମାଂଶୁ ଭୂଷଣ ରଥଶର୍ମା କହିଛନ୍ତି, ‘‘ ମା’ ବେଲ ବୃକ୍ଷରେ ବାସ କରନ୍ତି । ସେଥିପାଇଁ ଦଶହରା ପୂଜା ପୂର୍ବରୁ ବେଲ ବୃକ୍ଷ ନିକଟରେ ସ୍ୱତନ୍ତ୍ର ରୀତିନୀତିରେ ପ୍ରଥମେ ପୂଜା କରାଯାଇଥାଏ । ପୂଜା ପରେ ବେଲ ବୃକ୍ଷରୁ ଡାଳ ଆଣି ମା‘ଙ୍କୁ ମଣ୍ଡପକୁ ଆବାହନ କରାଯାଇଥାଏ । ଏହିକ୍ରମରେ ଆଜି ସହରର ସମସ୍ତ ମଣ୍ଡପରେ ଷଷ୍ଠୀ ପୂଜା ଅନୁଷ୍ଠିତ ହୋଇଛି । ଷଷ୍ଠୀ ପୂଜାରେ ମା’ଙ୍କ ମଣ୍ଡପକୁ ଆମନ୍ତ୍ରଣ କରାଯାଇଛି ।  

ଏହା ମଧ୍ୟ ପଢନ୍ତୁ...Sasthi Puja Maa Sureswari: ବଗଳା ବେଶରେ ଦର୍ଶନ ଦେଉଛନ୍ତି ଦେବୀ ସୁରେଶ୍ବରୀ

ଇଟିଭି ଭାରତ, କଟକ

ABOUT THE AUTHOR

...view details