OCS Result Out: ‘ପ୍ରତିଦିନ ଟାର୍ଗେଟ ସେଟ୍ କରି ପାଠ ପଢନ୍ତୁ’ - ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା
ଭୁବନେଶ୍ବର: ପ୍ରତିଦିନ ଏକ ଟାର୍ଗେଟ ନେଇ ପାଠ ପଢନ୍ତୁ । ସେହି ଟାର୍ଗେଟ ପୂରଣ ନ ହେବା ପର୍ଯ୍ୟନ୍ତ ପଢା ପାଖରୁ ଉଠନ୍ତୁ ନାହିଁ । ପ୍ରଥମେ ସିଲାବସ ବୁଝିବା ପରେ ତାହାକୁ ଭଲ ଭାବେ ବୁଝି ପଢନ୍ତୁ । ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା କୃତି ଛାତ୍ରୀ 301 ରାଙ୍କଧାରୀ ଦେବସ୍ମିତା ଦୀପ ଆଶାୟୀ ପରୀକ୍ଷାର୍ଥୀଙ୍କୁ ଏହି ମନ୍ତ୍ର ଦେଇଛନ୍ତି । ତେବେ ସେ ଆଗକୁ ନିଜ ରାଙ୍କକୁ ଆହୁରି ବଢାଇବା ଲାଗି ପୁଣି ଥରେ ପରୀକ୍ଷା ଦେବେ ବୋଲି କହିଛନ୍ତି । ସେହିପରି ୩୭୪ ରାଙ୍କଧାରୀ ନମିତା ପ୍ରଧାନ କହିଛନ୍ତି ଯେ ଅନଲାଇନ ହେଉ କି ଅଫଲାଇନ, ଯିଏ ଯେଉଁଥିରେ କମ୍ଫର୍ଟେବଲ ସେହିଥିରେ ପଢନ୍ତୁ ।
ଏହା ବି ପଢନ୍ତୁ- OCS Result Out: ପ୍ରକାଶ ପାଇଲା ଓଡିଶା ସିଭିଲ ସର୍ଭିସ ପରୀକ୍ଷା ଫଳ, ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା
ସୂଚନା ଥାଉ କି ଆଜି ପ୍ରକାଶ ପାଇଛି ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ୨୦୨୧ ରେଜଲ୍ଟ । OPSC ପକ୍ଷରୁ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଟପ୍ପର ହୋଇଛନ୍ତି ସୁଦେବ କୁମାର ପୃଷ୍ଟି । ଦ୍ବିତୀୟ ସ୍ଥାନରେ ସୁଚିସ୍ମିତା ପାଣିଗ୍ରୀହ ଓ ତୃତୀୟ ଟପ୍ପର ହୋଇଛନ୍ତି ପ୍ରଣବ ରଞ୍ଜନ ସାହୁ । ଟପ୍ ୧୦ଜଣଙ୍କ ମଧ୍ୟରେ ୫ ଜଣ ପୁଅ ଓ ୫ଜଣ ଝିଅ ରହିଛନ୍ତି । ୧୬୪ ମହିଳାଙ୍କ ସମେତ ୪୩୨ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର