ଓଡିଶା

odisha

ବାଲୁକା କଳା ପ୍ରଦର୍ଶନୀ

ETV Bharat / videos

ଚନ୍ଦ୍ରଭାଗା ବେଳାଭୂମିରେ ବାଲୁକା କଳା ପ୍ରଦର୍ଶନୀ

By ETV Bharat Odisha Team

Published : Dec 25, 2023, 4:48 PM IST

Sand Sculpture Exhibition: ପୁରୀ:ବଡଦିନ ଓ ନୂଆବର୍ଷ ଅବସରରେ ଚନ୍ଦ୍ରଭାଗା ବେଳାଭୂମିରେ ବାଲୁକା କଳା ପ୍ରଦର୍ଶନୀ । ବିଶ୍ୱ ଐତିହ୍ୟ କୋଣାର୍କ ଚନ୍ଦ୍ରଭାଗା ବେଳାଭୂମିରେ ବାଲୁକା ଶିଳ୍ପୀ ସରିତା ଗୋଛାୟତଙ୍କ  7 ଦିନିଆ ବାଲୁକା କଳା ପ୍ରଦର୍ଶନୀ ଉଦଘାଟିତ ହୋଇଯାଇଛି। କୋଣାର୍କ ଏନଏସି ଅଧ୍ୟକ୍ଷା ସଂଯୁକ୍ତା ତ୍ରିପାଠୀ, ନିର୍ବାହୀ ଅଧିକାରୀ ଶ୍ୱେତପଦ୍ମା ଧଳ ଅତିଥି ଭାବେ ଯୋଗଦେଇ ପାରମ୍ପରିକ ଭାବେ ଏହାକୁ ଉଦଘାଟିତ କରିଥିଲେ। ସରିତା ଓ ତାଙ୍କ ସାଥିଙ୍କ ମିଳିତ ଉଦ୍ୟମରେ ୩୦ ଫୁଟର ବାଲୁକା କଳା ନିର୍ମାଣ କରାଯାଇଛି । 

ଏହା ମଧ୍ୟ ପଢନ୍ତୁ...ବାଲୁକା କଳାରେ ଖ୍ରୀଷ୍ଟମାସ ଶୁଭେଚ୍ଛା, ୱାର୍ଲ୍ଡ ବୁକ୍ସ ଅଫ୍ ରେକର୍ଡସ୍ ଇଣ୍ଡିଆରେ ସ୍ଥାନ ପାଇଲା ପିଆଜରେ ତିଆରି ସାଣ୍ଟା

ଏହି ବାଲୁକାକଳା ଜରିଆରେ ସୂର୍ଯ୍ୟ ମନ୍ଦିରର କାରୁକାର୍ଯ୍ୟ ସହ ସଂସ୍କୃତି, ପରିବେଶ ସୁରକ୍ଷା ବାର୍ତ୍ତା ଦିଆଯାଇଥିବାବେଳେ ଅଲିଭ ରିଡ଼ଲେ କଇଁଛ, ଡଲଫିନମାନଙ୍କୁ କିପରି ଉପକୂଳରେ ସୁରକ୍ଷା ଦିଆଯିବ ସେନେଇ ବାଲୁକା ଚିତ୍ରକଳାରେ ଦର୍ଶାଇଛନ୍ତି । ତେବେ କୋଣାର୍କକୁ ବଡ ଦିନ ଓ ନବ ବର୍ଷ ଅବସରରେ ଅନେକ ପର୍ଯ୍ୟଟକ ଭ୍ରମଣ ପାଇଁ ଆସୁଥିବାବେଳେ ଏଠାରେ ଅଧିକ ସମୟ ବିତାଇବା ପାଇଁ ଏହି ବାଲୁକା ଚିତ୍ରକଳା ପ୍ରଦର୍ଶନୀର ଆୟୋଜନ କରଯାଇଛି। ଯାହାକି ଦେଶ ବିଦେଶର ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରୁଛି।


ଇଟିଭି ଭାରତ, ପୁରୀ 

ABOUT THE AUTHOR

...view details