ଭାଲୁର ଭକ୍ତି, ମନ୍ଦିର ଆସୁଛି, ଘଣ୍ଟି ବଜାଇ ଫେରି ଯାଉଛି - ଆନ୍ଧ୍ର ପ୍ରଦେଶର ଭାଲୁର ଭକ୍ତି
ଅମରାବତୀ: ଆନ୍ଧ୍ର ପ୍ରଦେଶ ସତ୍ୟସାଇ ଜିଲ୍ଲା ଜିରିଗେପାଲ୍ଲୀର ଗ୍ରାମ ମନ୍ଦିରରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି । ଏଠାରେ ଦୁଇଟି ଭାଲୁ ମନ୍ଦିର ଭିତରକୁ ଆସି ମନ୍ଦିର ଘଣ୍ଟି ବଜାଇ ଫେରି ଯାଇଛନ୍ତି । ମନ୍ଦିର ସେବାୟତ ମୁତାବକ ଏହି ଅନେକ ସମୟରେ ଆସି ମନ୍ଦିର ଘଣ୍ଟି ବଜାଇ ଫେରି ଯାଆନ୍ତି । ରୋଚକ କଥା ହେଉଛି ଏହି ଦୁଇଟି ଭାଲୁ ଆଜି ପର୍ଯ୍ୟନ୍ତ କାହାରିକୁ କୌଣସି କ୍ଷତି ପହଞ୍ଚାଇ ନାହାନ୍ତି । ତେବେ ଦୁଇ ଭାଲୁ ମନ୍ଦିର ଘଣ୍ଟି ବଜାଉଥିବା ବେଳେ ସିସିଟିଭିରେ ଦୃଶ୍ୟ କଏଦ ହୋଇଛି । ଭାଲୁ ଦୁଇଟି ମନ୍ଦିର ମୁଖ୍ୟଦ୍ବାର ପଟୁ ଆସି ଘଣ୍ଟିରେ ଲାଗିଥିବା ଦଉଡ଼ିଟିକୁ ଟାଣୁଛନ୍ତି । ସ୍ଥାନୀୟ ଲୋକେ ଏହା ଦେଖି ଆଚମ୍ବିତ ହୋଇଛନ୍ତି ।
Last Updated : Feb 3, 2023, 8:31 PM IST