ଅନନ୍ୟ ଅନୁପମା, 5ହଜାର 6ଶହ ଶବ୍ଦରେ ରାଧାଙ୍କ ନାମ ଲେଖି ଆଙ୍କିଛନ୍ତି ଚିତ୍ର
ବାଲେଶ୍ବର: ଜଣେ ଚିତ୍ରଶିଳ୍ପୀର ଭାବନା ଅନେକ ସମୟରେ ବେଶ ପରିଚିତ କରାଇଥାଏ । ଭାବନାକୁ କାନଭାସରେ ଉପସ୍ଥାପନ କରି ବଖାଣିଦିଏ କେତେ କଥା । ସେହିପରି ଜଣେ ଚିତ୍ରଶିଳ୍ପୀ ହେଉଛନ୍ତି ବାଲେଶ୍ଵର ସହରର ଅନୁପମା ଦାସମହାପାତ୍ର । ଅନୁପମା କେବେ କୌଣସି ସ୍ଥାନରେ ଚିତ୍ରକଳା ପ୍ରଶିକ୍ଷଣ ନେଇ ନଥିବାବେଳେ, କେବଳ ମୋବାଇଲରୁ ଦେଖି ସେ ଚିତ୍ର ଆଙ୍କିବା ଶିଖିଛନ୍ତି । ନିଜ ମନର ଭାବନାକୁ ଅନୁପମା ଚିତ୍ର ଜରିଆରେ ଉପସ୍ଥାପନ କରିଥାନ୍ତି । କେବଳ ଯେ କାଗଜ ତାହା ନୁହେଁ ବରଂ ପଥର ହେଉକି ଶାମୁକା ସବୁଥିରେ ସେ ଆଙ୍କି ଦିଅନ୍ତି ଚିତ୍ର । ଏକ ଦୁଇଫୁଟ ଲମ୍ବର କାନଭାସ ପେପରରେ ଆଙ୍କିଛନ୍ତି କୃଷ୍ଣ କହ୍ନେୟାଙ୍କ ସୁନ୍ଦର ପ୍ରତିଛବି । 5ହଜାର 6ଶହ ଶବ୍ଦରେ ରାଧାଙ୍କ ନାମ ଲେଖି ଆଙ୍କିଛନ୍ତି ଚିତ୍ର । ଯେଉଁଥିରେ କଲମ ଓ ରଙ୍ଗ ପେନ୍ସିଲ ଦ୍ୱାରା 5 ହଜାର 6 ଶହ ଶବ୍ଦରେ ରାଧାଙ୍କ ନାମ ଲେଖି କୃଷ୍ଣ କହ୍ନେୟାଙ୍କ ଚିତ୍ର ଆଙ୍କିଛନ୍ତି । ଏଥିନିମନ୍ତେ ଅନୁପମାଙ୍କୁ ପ୍ରାୟ 6 ଘଣ୍ଟା ସମୟ ଲାଗିଥିବା ସେ କହିଛନ୍ତି । ଇଟିଭି ଭାରତ, ବାଲେଶ୍ବର
Last Updated : Feb 3, 2023, 8:32 PM IST