ଓଡିଶା

odisha

amala mancha protest

ETV Bharat / videos

ବାଲେଶ୍ବର ମିଳିତ ଅମଲା ମଞ୍ଚର କ୍ଷୋଭ, ବଢୁନି ଦରମା - ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚ ଗଠନ

By

Published : Apr 21, 2023, 7:28 PM IST

ବାଲେଶ୍ବର: ଶିକ୍ଷାଗତ ଯୋଗ୍ୟତା ଆଧାରରେ ବେତନ ଲାଗୁ ପାଇଁ ମିଳିତ ଅମଲା ମଞ୍ଚ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ।  ସରକାର ଏମାନଙ୍କ ପ୍ରତି ଅନ୍ୟ ସମାନ ଶିକ୍ଷାଗତ ଯୋଗ୍ୟତା ଥିବା ପଦବୀ ତୁଳନାରେ ବେତନଗତ ତାରତମ୍ୟ ସୃଷ୍ଟି କରିଥିବା ଅଭିଯୋଗ ହୋଇଛି । ଓଡିଶାର ଜନସାଧାରଣଙ୍କୁ ଉତ୍ତମ ଓ ସମୟାନୁବର୍ତ୍ତୀ ସେବା ଯୋଗେଇ ଦେବା ନିମିତ୍ତ ସରକାର ଅମଲାମାନଙ୍କ ଶିକ୍ଷାଗତ ଯୋଗ୍ୟତାକୁ ମାଟ୍ରିକ ରୁ ଦୁଇଥର ବୃଦ୍ଧି କରି ସ୍ନାତକ ସହ କମ୍ପ୍ୟୁଟର ଯୋଗ୍ୟତା କରିଛନ୍ତି । ହେଲେ ବିଡ଼ମ୍ବନାର ବିଷୟ ଯେ ଏଯାବତ ଅମଲା ମାନଙ୍କୁ ବର୍ତ୍ତମାନର ଶିକ୍ଷାଗତ ଯୋଗ୍ୟତା ଆଧାରରେ ବେତନ ନ ଦେଇ ୫୦ ବର୍ଷ ତଳର ସେଇ ମାଟ୍ରିକ ହାରରେ ବେତନ ଦିଆଯାଉଛି । ଫଳରେ ଆଜିବି ସେମାନେ ଆର୍ଥିକ ମାନଦଣ୍ଡରେ ଅବହେଳିତ ଏବଂ ନିଷ୍ପେସିତ ହୋଇ ରହିଛନ୍ତି ।  

ଏହାର ପ୍ରତିବାଦ ସ୍ଵରୂପ ରାଜ୍ୟରେ ସମସ୍ତ ବିଭାଗରେ ଥିବା ଅମଲାମାନେ ଏକଜୁଟ ହୋଇ ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚ ଗଠନ କରିଛନ୍ତି । ଏହି ମଞ୍ଚ ରାଜ୍ୟ ସ୍ତରରେ ଗଠନ ହେବା ସହିତ ସମସ୍ତ ୩୦ ଟି ଜିଲ୍ଲାରେ ଅମଲାମାନେ ସଂଗଠିତ ହୋଇ ନିଜର ହକ ଲଢେଇରେ ସାମିଲ ହୋଇଛନ୍ତି । ରାଜ୍ୟ ସଂଗଠନ କାର୍ଯ୍ୟକାରିଣୀର ନିର୍ଦ୍ଦେଶକ୍ରମେ ଅମଲାମାନେ ନିଜ ହକ ତଥା ଏକମାତ୍ର ଦାବି, ପ୍ରବେଶିକା ସ୍ତରରେ ୪୨୦୦ ଗ୍ରେଡ ପେ' ଓ ଲେବଲ-9 ପ୍ରଦାନ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ବାଲେଶ୍ବର ଜିଲ୍ଲାପାଳଙ୍କ ମାଧ୍ୟମରେ ଦାବିପତ୍ର ପ୍ରଦାନ କରିଛନ୍ତି । ଏହାକୁ ନେଇ ବାଲେଶ୍ବର ସହର ସ୍ଥିତ ଗାନ୍ଧୀ ସ୍ମୃତି ଭବନଠାରୁ ଏକ ପଦଯାତ୍ରାରେ ବାହାରି ଅମଲାମାନେ ବାଲେଶ୍ବର ଜିଲ୍ଲାପାଳଙ୍କ କର୍ଯ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚ, ବାଲେଶ୍ବର ଶାଖାର ଅଧ୍ୟକ୍ଷ ଲକ୍ଷ୍ମୀଧର ବେହେରା ଏବଂ ଆବାହକ ପ୍ରଦୀପ କୁମାର ଦାଶଙ୍କ ପ୍ରତିନିଧିତ୍ଵରେ ଏକ ୪ ଜଣିଆ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଦାବିପତ୍ର ପ୍ରଦାନ କରିଥିଲେ ।  

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details