ଓଡିଶା

odisha

Muhammad Jayanti 2023

ETV Bharat / videos

ଧର୍ମଗୁରୁ ମହମ୍ମଦଙ୍କ ଜୟନ୍ତୀ, ବିଶ୍ବରେ ଶାନ୍ତି ପ୍ରତିଷ୍ଠା ପାଇଁ ମୁସଲିମ ଧର୍ମାବଲମ୍ବୀଙ୍କ ପ୍ରାର୍ଥନା

By ETV Bharat Odisha Team

Published : Sep 28, 2023, 5:29 PM IST

ବଲାଙ୍ଗୀର: ଆଜି ସାରା ବିଶ୍ବରେ ମୁସଲମାନ ଭାଇ ଭଉଣୀ ଧର୍ମଗୁରୁ ମହମ୍ମଦଙ୍କ ଜୟନ୍ତୀ ଇଦ ମିଲାଦୁନ ନବୀ ପାଳନ କରୁଛନ୍ତି । ବଲାଙ୍ଗୀରରେ ମଧ୍ୟ ଅତି ହସ ଉଲ୍ଲାସରେ ଇଦ ମିଲାଦୁନ ନବୀ ପାଳନ କରାଯାଇଛି । ଏହି ଅବସରରେ ସହରରେ ଶାନ୍ତି ସଦ୍ଭାବନା ଶୋଭାଯାତ୍ରା ସହ ବିଶ୍ବରେ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରାର୍ଥନା କରାଯାଇଛି । ଏହି ଶୋଭାଯାତ୍ରାରେ ବଲାଙ୍ଗୀର ସ୍ଥାନୀୟ ସୁନ୍ନି ସଦର ମସଜିଦରୁ ଶତାଧିକ ମୁସଲମାନ ଭାଇମାନେ ରାଲି ଆରମ୍ଭ କରି ସହର ବୁଲିଥିଲେ। ଏହାପରେ ପାଠ ବିଷୟବସ୍ତୁ ସହିତ ପବିତ୍ର ଗ୍ରନ୍ଥ କୋରାନ ଉପରେ ହୋଇଥିବା କୁଇଜ୍‌ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବଣ୍ଟନ କରାଯାଇଛି ।  

ଏହା ବି ପଢନ୍ତୁ- ପ୍ରଫେଟ ମହମ୍ମଦଙ୍କ ଜୟନ୍ତୀ ଉତ୍ସବ ପାଇଁ ଭଦ୍ରକ ପୋଲିସର ଫ୍ଲାଗ ମାର୍ଚ୍ଚ

ଆଜି ମୁସଲମାନମାନଙ୍କର ସାମୁହିକ ଲଂଗର କାର୍ଯ୍ୟକ୍ରମ ମଧ୍ୟ ମସଜିଦରେ ଅନୁଷ୍ଠିତ ହୋଇଛି । ଘରେ ଘରେ ମଧ୍ୟ ସବୁ ମୁସଲମାନ ଭାଇମାନେ ଅତି ହସ ଉଲ୍ଲାସରେ ମହମ୍ମଦ ଜୟନ୍ତୀ ପାଳନ କରିଛନ୍ତି । ସେପଟେ ସୁନ୍ନି ସଦର ମସଜିଦ ମୌଲାନା ମହମ୍ମଦ ମୋସିଦ ରାଜା କହିଛନ୍ତି, "ଆଜି ସାରା ବିଶ୍ବ ଧର୍ମଗୁରୁ ମହମ୍ମଦ ଜୟନ୍ତୀ ପାଳନ ହେଉଛି । ଏଠି ମଧ୍ୟ ସବୁ ମୁସଲମାନ ଭାଇ ଭଉଣୀ ଅତି ଶ୍ରଦ୍ଧା ଓ ଆନନ୍ଦରେ ଏହି ଜୟନ୍ତୀ ପାଳନ କରୁଛନ୍ତି । ବିଶ୍ବରେ ଶାନ୍ତି ପ୍ରତିଷ୍ଠା ପାଇଁ ମହମ୍ମଦ ଦେଇଥିବା ନୀତି ଆଦର୍ଶକୁ ସେମାନେ ପାଳନ କରନ୍ତୁ ।"  

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details