ଆଜି ପବିତ୍ର ବାହୁଡା ଯାତ୍ରା, ରଥାରୁଢ ହେଲେ ପ୍ରଭୁ ଶ୍ରୀ ବଳଭଦ୍ର
ପୁରୀ:ଜନ୍ମବେଦୀରେ ଚତୁର୍ଦ୍ଧାମୂର୍ତ୍ତୀଙ୍କ ନବଦିନାତ୍ମକ ଲୀଳା ଶେଷ ହୋଇଛି । ଆଜି ଅନୁଷ୍ଠିତ ହେବ ପବିତ୍ର ବାହୁଡା ଯାତ୍ରା । ଆଜି ଶ୍ରୀମନ୍ଦିରକୁ ବାହୁଡିବେ ଶ୍ରୀଜିଉ । ଜନ୍ମବେଦୀରୁ ରତ୍ନ ସିଂହାସନକୁ ଯିବେ ଠାକୁର । ଏନେଇ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଆରମ୍ଭ ହୋଇଯାଇଛି ଚତୁର୍ଦ୍ଧାମୂର୍ତ୍ତୀଙ୍କ ପହଣ୍ଡି ବିଜେ ନୀତି । ଚକ୍ରରାଜ ସୁଦର୍ଶନଙ୍କ ପରେ ରଥକୁ ବିଜେ କରିଛନ୍ତି ପ୍ରଭୁ ଶ୍ରୀ ବଳଭଦ୍ର । ବଳଭଦ୍ରଙ୍କ ଝୁଲିଝୁଲି ଆସିବାର ଦୃଶ୍ୟ ସଭିଙ୍କୁ ବିମୋହିତ କରିଛି । ବଡ଼ଭାଇଙ୍କ ପରେ ଭଉଣୀ ସୁଭଦ୍ରା ଦେବଦଳନ ରଥକୁ ବିଜେ କରିଛନ୍ତି । ଚତୁର୍ଦ୍ଧାମୂର୍ତ୍ତିଙ୍କ ବାହୁଡା ଯାତ୍ରା ପାଇଁ ଶରଧାବାଲିରେ ହଜାର ହଜାର ଭକ୍ତଙ୍କ ସମାଗମ ହେଲାଣି । ତିନି ରଥ ସମ୍ମୁଖରେ ନୃତ୍ୟ ପ୍ରଦର୍ଶନ କରୁଛନ୍ତି ନୃତ୍ୟଶିଳ୍ପୀ । ଆନନ୍ଦରେ ବିଭୋର ଭକ୍ତ । ପହଣ୍ଡି ସରିବା ପରେ ଅପରାହ୍ନ 4ଟାରୁ ଆରମ୍ଭ ହେବ ରଥଟଣା । ଆଜି ମାଉସୀ ମା' ମନ୍ଦିରରେ ପୋଡ ପିଠା ଖାଇବେ ଶ୍ରୀଜିଉ ।
ଇଟିଭି ଭାରତ, ପୁରୀ