Badrinath Snowfall: ବରଫ ଚାଦର ତଳେ ବଦ୍ରିନାଥ ଧାମ, ବିମୋହିତ ଦେଖଣାହାରୀ
ଡେରାଡୁନ:ଗତ ଦୁଇ ଦିନ ଧରି ଉତ୍ତରାଖଣ୍ଡର ପର୍ବତାଞ୍ଚଳ ଏବଂ ଉଚ୍ଚ ହିମାଳୟ ଅଞ୍ଚଳରେ ପାଗ ବଦଳିଛି। ଉତ୍ତରାଖଣ୍ଡର ଉଚ୍ଚ ହିମାଳୟ ଅଞ୍ଚଳରେ ତୁଷାରପାତ ଲାଗି ରହିଛି । ଏହି ପର୍ଯ୍ୟାୟରେ ଧାର୍ମିକ ପୀଠ ବଦ୍ରିନାଥ ଧାମରେ ମଧ୍ୟ ପ୍ରବଳ ତୁଷାରପାତ ହୋଇଛି । ବଦ୍ରିନାଥରେ ତୁଷାରପାତ ପରେ ଧାମର ସୌନ୍ଦର୍ଯ୍ୟ ଦ୍ବିଗୁଣିତ ହୋଇଛି । ବଦ୍ରିନାଥ ମନ୍ଦିର ଧଳା ଚାଦରରେ ଆଚ୍ଛାଦିତ ହୋଇଛି । ଫଳରେ ଧାମ ରୂପା ପରି ଉଜ୍ଜ୍ବଳ କରୁଛି ।
ତୁଷାରପାତ ପରେ ବଦ୍ରିନାଥ ଧାମରେ ବରଫର ଏକ ଘନ ଆସ୍ତରଣ ଜମିଥିବା ଦେଖିବାକୁ ମିଳିଛି । ତୁଷାରପାତ ପରେ ସ୍ଥାନୀୟ ଅଞ୍ଚଳରେ ଅଧିକ ଶୀତ ଅନୁଭୂତ ହୋଇଛି । ବଦ୍ରିନାଥ ପୀଠ ସମେତ ଅଲି ମଧ୍ୟ ଧଳା ଚାଦରରେ ଆଚ୍ଛାଦିତ ହୋଇଛଇ । ତୁଷାରପାତ ପରେ ଅଲିରେ ୪ ଫୁଟ ପର୍ଯ୍ୟନ୍ତ ବରଫ ଜମା ହୋଇଛି । ସୁନୀଲ ଗ୍ରାମ ନିକଟରେ ରାସ୍ତାରେ ବରଫ ଜମା ହୋଇଥିବାରୁ ଯୋଶୀମଠ ଅଲି ରାସ୍ତା ଅବରୋଧ କରାଯାଇଛି । ସେପଟେ ରାସ୍ତାରୁ ବରଫ ହଟାଇବା କାମ BRO ଦ୍ବାରା ଜାରି ରହିଛି ।
ଅଲିରେ ପ୍ରବଳ ତୁଷାରପାତ ପରେ ପର୍ଯ୍ୟଟକ ଏବଂ ପ୍ରକୃତି ପ୍ରେମୀମାନେ ଆନନ୍ଦିତ ହୋଇପଡ଼ିଛନ୍ତି । ଏହାସହ ପର୍ଯ୍ୟଟନ ବିଭାଗ ଅଧିକାରୀମାନେ ମଧ୍ୟ ଖୁସିବ୍ୟକ୍ତ କରିଛନ୍ତି । କେଦାରନାଥ ଧାମରେ ମଧ୍ୟ ତୁଷାରପାତ ହୋଇଛି। କେଦାରନାଥରେ ତୁଷାରପାତ ଏଠାରେ ପୁଣି ନିର୍ମାଣ କାର୍ଯ୍ୟ ପ୍ରଭାବିତ ହୋଇଛି । ତୁଷାରପାତ ଯୋଗୁଁ ପୁଣି ନିର୍ମାଣ କାର୍ଯ୍ୟ ଏଠାରେ ସମ୍ପୂର୍ଣ୍ଣ ଅଟକି ଯାଇଛି। ଏହା ସହିତ କେଦାରନାଥ ଧାମରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ମଧ୍ୟ ତୁଷାରପାତ ଯୋଗୁଁ ଫେରି ଆସିଛନ୍ତି । ଚୋପତା, ତୁଙ୍ଗନାଥ ଗଙ୍ଗୋତ୍ରି ଧାମରେ ପ୍ରବଳ ତୁଷାରପାତ ହୋଇଛି। ଯେଉଁଥିପାଇଁ ମା' ଗଙ୍ଗାଙ୍କ ମନ୍ଦିର ମଧ୍ୟ ଏକ ଧଳା ଚାଦରରେ ଆଚ୍ଛାଦିତ ହୋଇଥିବା ଦେଖିବାକୁ ମିଳିଛି । ଯୋଶୀମଠ, ଚମୋଲି, ଅଲି ଏବଂ ରୁଦ୍ରପ୍ରୟାଗର ଅନେକ ସ୍ଥାନରେ ତୁଷାରପାତ ହୋଇଛି ।