ଓଡିଶା

odisha

କାନାଡା ବ୍ୟାଙ୍କର ମ୍ୟାନେଜର ତପନ କୁମାର ସାହୁ ନିଖୋଜ

By ETV Bharat Odisha Team

Published : Sep 26, 2023, 3:42 PM IST

ETV Bharat / videos

ବଡ଼ମ୍ବା କାନାଡ଼ା ବ୍ୟାଙ୍କ ମ୍ୟାନେଜର ନୋଖୋଜ, ଥାନାରେ ଏତଲା

କଟକ: କାନାଡା ବ୍ୟାଙ୍କର ମ୍ୟାନେଜର ତପନ କୁମାର ସାହୁ ନିଖୋଜ । କଟକ ବଡମ୍ବା ଠାରେ ତପନ ସାହୁ ନଖୋଜ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।  ବ୍ରହ୍ମପୁର ବାସିନ୍ଦା ତପନ ଦୁଇ ଦିନିଆ ଛୁଟିରେ ନିଜ ଘର ବ୍ରହ୍ମପୁରରୁ ବାଇକ ଯୋଗେ ବଡମ୍ବା ଆସୁଥିବା ବେଳେ ବାଟରେ ହିଁ କେଉଁ ଆଡେ ନିଖୋଜ ହୋଇଥିବା ଅଭିଯୋଗ ହୋଇଛି । ଗତକାଲି(ସୋମବାର)ଠାରୁ ତପନଙ୍କ ମୋବାଇଲ ଫୋନ ସୁଇଚ ଅଫ ରହିବା ଏବଂ ତାଙ୍କ କୌଣସି ଖୋଜ ଖବର ମିଳୁନାହିଁ । ତପନ ବଡମ୍ବା ଯିବା ବାଟରେ ଦିନ ଠିକ୍ ସାଢ଼େ ନଅଟାରେ କଳାପଥର ଶାଖାରେ ପହଞ୍ଚିଥିଲେ । ଏବଂ ସେଠାରୁ କିଛି ବ୍ୟାଙ୍କ୍ ସମ୍ପର୍କିତ କାର୍ଯ୍ୟ କରି ବାଇକ୍ ଯୋଗେ ବଡମ୍ବା ଯାଉଥିଲେ। ହେଲେ ପତନି ଛକ ପାସ କରିବା ପରେ ମ୍ୟାନେଜରଙ୍କ ଫୋନ ସୁଇଚ ଅପ ହୋଇଯାଇଥିଲା । ବଡମ୍ବା ବ୍ରାଞ୍ଚରେ ପହଞ୍ଚିବାରେ ବିଳମ୍ବ ହେବାରୁ କର୍ମଚାରୀମାନେ କଳାପଥର ମ୍ୟାନେଜରଙ୍କୁ ଖବର ଦେଇଥିଲେ ।  ବହୁ ଖୋଜା ଖୋଜି ପରେ କଳା ପଥର ମ୍ୟାନେଜର ବଡମ୍ବା ବ୍ରାଞ୍ଚ ମ୍ୟାନେଜର ତପନ କୁମାର ସାହୁଙ୍କ ପତ୍ତା ମିଳୁ ନଥିବାର ଏକ ଲିଖିତ ଏତଲା ଦାୟର କଲେ। ଏତଲା ଆଧାରରେ ପୋଲିସ ତନାଘନା ଅରମ୍ଭ କରିଛି । ପତନି ଛକର ଏକ ଦୋକାନରୁ ସିସିଟିଭି ଫୁଟେଜରୁ ବ୍ରାଞ୍ଚ ମ୍ୟାନେଜର ୧୦ ଟା ସମୟରେ ବାଇକରେ ଯାଉଥିବାର ଜଣାପଡ଼ିଛି  । ତେବେ ପୋଲିସ ସିସିଟିଭିକୁ ଆଧାର କରି ତଦନ୍ତ ଚଳାଇଛି । 

ଇଟିଭି ଭାରତ, କଟକ

ABOUT THE AUTHOR

...view details