World Aids Day 2022: ବିଶ୍ଵ ଏଡସ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ - ବିଶ୍ଵ ଏଡସ ସଚେତନତା କାର୍ଯ୍ୟକ୍ରମ
ଭଦ୍ରକ:ରାଜ୍ୟରେ ଯୁବ ପିଢି ସର୍ବାଧିକ ଏଡସ ଆକ୍ରାନ୍ତ ହେଉଛନ୍ତି । ଆଜି ବିଶ୍ଵ ଏଡସ ଦିବସ ଅବସରରେ ଭଦ୍ରକ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ବିଶ୍ଵ ଏଡସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏକ ବିଶାଳ ସଚେତନତା ଶୋଭାଯାତ୍ରା ଗାନ୍ଧୀ ପଡିଆ ଠାରେ ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଶୋଭାଯାତ୍ରା ସହର ପରିକ୍ରମା କରି ଜିଲ୍ଲା ସଂସ୍କୃତି ଭବନ ଠାରେ ପହଞ୍ଚିଥିଲା। ସେଠାରେ ଏକ ଏଡସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଅନୁଷ୍ଠାନ, ସ୍ୱାସ୍ଥ୍ୟ କର୍ମୀ, ଛାତ୍ରଛାତ୍ରୀ, ବୁଦ୍ଧିଜୀବି, ଅନେକ ସଚେତନ ନାଗରିକ ତଥା ସ୍ଵେଚ୍ଛାସେବୀ ମାନେ ସାମିଲ ହୋଇଥିଲେ । ଇଟିଭି ଭାରତ, ଭଦ୍ରକ
Last Updated : Feb 3, 2023, 8:34 PM IST