ATM ଭାଙ୍ଗି ଲୁଟିଲେ ଲକ୍ଷାଧିକ ଟଙ୍କା - SBI ATMରେ କଳାକାନା ବୋଳାଇଲେ ଲୁଟେରା
Published : Dec 4, 2023, 4:33 PM IST
ନୂଆପଡା: SBI ATM କାଉଣ୍ଟରକୁ କଳାକାନା ବୋଳାଇଲେ ଲୁଟେରା । 14 ଲକ୍ଷ 80 ହଜାର 5 ଶହ ଟଙ୍କା କଲେ ଚୋରି । ପୋଲିସର ତଦନ୍ତ ଆରମ୍ଭ । ଖଡ଼ିଆଳ ମିଶନ ଚର୍ଚ୍ଚ ନିକଟସ୍ଥ ATM କାଉଣ୍ଟର ଭାଙ୍ଗି କଲେ ଚୋରି । SBI ଚିଫ ମେନେଜର ଦେବୀ ପ୍ରସାଦ ମିଶ୍ର ଅଭିଯୋଗ ନେଇ ଖଡ଼ିଆଳ ଥାନାରେ ହାଜର । ଖଡ଼ିଆଳ ଥାନା କେଶ ନମ୍ବର 457 IPC ରେ ରୁଜୁହେଲା ମାମଲା । ଖଡ଼ିଆଳ ଥାନା IIC ପ୍ରଦୀପ କୁମାର ଧରୁଆଙ୍କ ନେତୃତ୍ୱରେ ତଦନ୍ତ ଆରମ୍ଭ ।
ସୂଚନାମତେ ଗତ ରବିବାର ବିଳମ୍ବିତ ରାତ୍ରିରେ ଖଡ଼ିଆଳ ମିଶନ ଚର୍ଚ୍ଚ ନିକଟସ୍ଥ SBI ATM କାଉଣ୍ଟରକୁ କଳାକାନା ବୋଳାଇଲେ ATM ଲୁଟେରା । ATM କାଉଣ୍ଟରକୁ ଗ୍ୟାସ କଟର ସାହାଯ୍ୟରେ ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କା । ଆଜି ସୋମବାର ଅଭିଯୋଗ ପାଇ ଘଟଣା ସ୍ଥଳରେ ଖଡ଼ିଆଳ SDPO ଅରୂପ ଅଭିଷେଖ ବେହେରା, IIC ପ୍ରଦୀପ କୁମାର ଧରୁଆ ଙ୍କ ନେତୃତ୍ୟରେ ପୋଲିସର ଏକ ସ୍ୱତନ୍ତ୍ର ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ହେଲେ ଏଯାଏଁ ଲୁଟେରାଙ୍କ ଟେର ପାଉନାହିଁ ପୋଲିସ । ତଦନ୍ତ ଚାଲିଥିବା ବେଳେ ଖୁବ ଶୀଘ୍ର ଲୁଟେରାଙ୍କୁ ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି ଖଡ଼ିଆଳ SDPO । ଅପରପକ୍ଷେ ସେଣ୍ଟ୍ରାଲ ଟିମଙ୍କ ସୂଚନା ଅନୁସାରେ ATM କାଉଣ୍ଟରରେ 14 ଲକ୍ଷ 80 ହଜାର 5 ଶହ ଟଙ୍କା ଥିବା ଖଡ଼ିଆଳ SBI ଚିଫ ମେନେଜର ଦେବୀ ପ୍ରସାଦ ମିଶ୍ର କହିଛନ୍ତି ।
ଏହା ମଧ୍ୟ ପଢନ୍ତୁ....ଘରେ ଚାଲୁଥିଲା ମଦ ବେପାର, ୧୦ଲକ୍ଷ ଟଙ୍କାର ଚୋରାମଦ ଜବତ କଲା ଅବକାରୀ ଟିମ୍
ଇଟିଭି ଭାରତ, ନୂଆପଡା