ଓଡିଶା

odisha

ଭୟଙ୍କର ଗୁଳିକାଣ୍ଡ

By ETV Bharat Odisha Team

Published : Dec 21, 2023, 10:58 PM IST

ETV Bharat / videos

ଚେକ୍ ରିପବ୍ଲିକର ଚାଲର୍ସ ୟୁନିଭର୍ସିଟିରେ ଆଖିବୁଜା ଗୁଳିମାଡ଼, 15 ମୃତ

ପ୍ରାଗ: ସହରର ଚାଲର୍ସ ୟୁନିଭର୍ସିଟିରେ ଆଖିବୁଜା ଗୁଳିମାଡ଼ । ଫଳରେ 15 ଜଣଙ୍କ ଜୀବନ ଯାଇଥିବା ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି । ଏହି ଗୁଳିକାଣ୍ଡରେ ୧୧ରୁ ଉର୍ଦ୍ଧ୍ବ ଆହତ ହୋଇଥିବା ସୂଚନା ମିଳିଛି । ଅଚାନକ କେହି ଦୃବୁର୍ତ୍ତ ଅଚାନକ ଗୁଳି ଚାଳନା କରିଥିଲା । ଫଳରେ ଭୟରେ ଜୀବନ ବଞ୍ଚାଇ ଛାତ୍ରଛାତ୍ରୀମାନେ ଏଣେତେଣେ ଦୌଡି ପଳାଇଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି । ଯାହାକୁ ନେଇ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି । 

ଏହା ମଧ୍ୟ ପଢନ୍ତୁ...ଘାଟିରେ ସେନା ଟ୍ରକକୁ ଆମ୍ବୁସ କରି ଗୁଳିମାଡ: 3 ଯବାନ ଶହୀଦ, ଏନକାଉଣ୍ଟର ଜାରି

ଚାଲର୍ସ ୟୁନିଭର୍ସିଟିର ଆର୍ଟସ ବ୍ଲକରେ ଘଟିଛି ଗୁଳିକାଣ୍ଡ । ସୂଚନା ଅନୁସାରେ, ଏହି ଅଞ୍ଚଳରେ ବାରମ୍ବାର ଆତଙ୍କୀ ହମଲା ହେଉଥିବାର ନଜିର ରହିଛି। ଏହା ଏକ ଆତଙ୍କୀ ପ୍ରବଣ ଇଲାକା ହୋଇଥିବାବେଳେ ଏହି ଗୁଳିକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । ଏହି ଘଟଣା ପରେ ପୋଲିସ ଛାନଭିନ ଚଳାଇଛି । ସମସ୍ତଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ABOUT THE AUTHOR

...view details