ଓଡିଶା

odisha

ବିଧାନସଭା ଜନାଦେଶ 2023: ଅନୁଗୋଳ ବିଜେପିର ବିଜୟ ଉତ୍ସବ, ନାଚଗୀତରେ ଦୁଲୁକିଲା ସହର

By ETV Bharat Odisha Team

Published : Dec 3, 2023, 11:00 PM IST

ETV Bharat / videos

ବିଧାନସଭା ଜନାଦେଶ 2023: ଅନୁଗୋଳ ବିଜେପିର ବିଜୟ ଉତ୍ସବ, ନାଚଗୀତରେ ଦୁଲୁକିଲା ଅଞ୍ଚଳ

ଅନୁଗୋଳ:୪ଟି ରାଜ୍ୟର ବିଧାନସଭା ନିର୍ବାଚନରେ ବାଜିମାତ କରିଛି ଭାରତୀୟ ଜନତା ପାର୍ଟି । ରାଜସ୍ଥାନ, ମଧ୍ୟ ପ୍ରଦେଶ ଓ ଛତିଶଗଡ଼ରେ ବିଜେପିକୁ ବହୁମତ ମିଳିବା ପରେ ଅନୁଗୋଳରେ ବିଜେପି ଶିବିର ଉତ୍ସାହିତ । ବାଣ ଫୁଟାଇ ବାଜା ବଜାଇ ଉତ୍ସବ ପାଳିଛି ଅନୁଗୋଳ ଜିଲ୍ଲା ବିଜେପି । ଅନୁଗୋଳ ସହରର ରାଜା ଛକ ନିକଟରେ ବିଜେପି ନେତା ପ୍ରତାପ ପ୍ରଧାନ ଓ ଦଳର ଜିଲ୍ଲା ସଭାପତି ଡିଲେଶ୍ଵର ପ୍ରଧାନଙ୍କ ନେତୃତ୍ୱରେ କର୍ମୀମାନେ ପାଳିଛନ୍ତି ବିଜୟ ଉତ୍ସବ । ବାଜା ବଜାଇ, ବାଣ ଫୁଟାଇ ପରସ୍ପରକୁ ମିଠା ଖୁଆଇ ପରସ୍ପରକୁ ଅଭିନନ୍ଦନ ଜଣାଇଛନ୍ତି । ଆଗାମି ଦିନରେ ରାଜସ୍ଥାନ, ମଧ୍ୟ ପ୍ରଦେଶ ଓ ଛତିଶଗଡ଼ରେ ପ୍ରଭାବ ଓଡିଶାରେ ପଡିବ ବୋଲି ଦଳ ପକ୍ଷରୁ କୁହାଯାଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଦଳ ଏଥର ଅନୁଗୋଳ ଜିଲାରେ ଭଲ ପ୍ରଦର୍ଶନ କରିବ ବୋଲି କହିଛନ୍ତି ଜିଲ୍ଲା ବିଜେପି କାର୍ଯ୍ୟକର୍ତ୍ତା ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details